ବିଚାର

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ ମେସେଜିଂ ଆପ୍‌ ଉପଲବ୍ଧ ହେଲାଣି। ହ୍ଵାଟ୍ସ ଆପ୍‌, ମେସେଞ୍ଜର, ହାଇକ୍‌, ଟେଲିଗ୍ରାମ୍‌ ଆଦି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ଜରିଆରେ ଆମେ ମାତ୍ର କିଛି ସେକେଣ୍ଡରେ ଦୂରରେ ଥିବା ବନ୍ଧୁଙ୍କ ସହ ସମ୍ପର୍କ କରିପାରୁଛେ। ଆମ ଚାଟିଂ ଲିଷ୍ଟରେ ନିହାତି କେହି ଜଣେ ଥାନ୍ତି ଯିଏ ଆମକୁ ପ୍ରତିଦିନ ମେସେଜ୍‌ କରିଥାନ୍ତି ଓ ଆମ ବାବଦରେ ଜାଣିବାକୁ ଅଧିକ ଇଚ୍ଛୁକ ଥାନ୍ତି। କିନ୍ତୁ ଆମେ ତାହା ଜାଣିପାରିନଥାଉ। ଖାସ୍‌ କରି ପୁରୁଷଙ୍କ କ୍ଷେତ୍ରରେ ଏସବୁ ଅଧିକ ଦେଖାଦିଏ। ପୁରୁଷଙ୍କ ବିଷୟରେ ଅଧିକ ଜାଣିବାକୁ କେହି ନା କେହି ମହିଳା ଚାହିଁଥାନ୍ତି। କିନ୍ତୁ ପୁଅମାନେ କାର୍ଯ୍ୟବ୍ୟସ୍ତତା ଭିତରେ ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ତେବେ ଆମେ ଆଜି ଆପଣଙ୍କୁ ସେହିଭଳି କେତେକ ଟିପ୍ସ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଜାଣିପାରିବେ ସେ ଆପଣଙ୍କଠାରୁ ବନ୍ଧୁତା ଠାରୁ କିଛି ଅଧିକ ଆଶା କରନ୍ତି କି ନାହିଁ…

ଡାକ ନାମ ବ୍ୟବହାର କରୁଥିଲେ:

ଯଦି କୌଣସି ମହିଳା ଚାଟ୍‌ କରିବା ବେଳେ ଆପଣଙ୍କ ଡାକ ନାମ ବ୍ୟବହାର କରୁଛନ୍ତି, ତେବେ ସେ ଆପଣଙ୍କୁ ନିଜର ଭାବୁଛନ୍ତି ବୋଲି ଜାଣନ୍ତୁ। ଯେତେବେଳେ ଆମେ ଜଣଙ୍କ ସହ ନିବିଡ଼ ହୋଇଯାଉ, ସେତେବେଳେ ତାଙ୍କୁ ନିକ୍‌ ନେମ୍‌ରେ ସମ୍ବୋଧନ କରିଥାଉ। ଏହା ଭାବନା ଦର୍ଶାଇବାର ସବୁଠାରୁ ଭଲ ମାଧ୍ୟମ।

ପର୍ସନାଲ ଇମୋଜି ଓ ଷ୍ଟିକର ପଠାଉଥିଲେ:

ଆମେ ଚାଟିଂ କରିବା ବେଳେ ଷ୍ଟିକର ଓ ଇମୋଜି ବ୍ୟବହାର କରିଥାଉ। କିନ୍ତୁ ବସ୍‌ କିମ୍ବା କେହି ଗୁରୁଜନଙ୍କ ସହ ଚାଟିଂ ବେଳେ ଅଧିକ ଇମୋଜି ବା ଷ୍ଟିକର ବ୍ୟବହାର କରିନଥାଉ। ସାଙ୍ଗମାନଙ୍କୁ ପଠାଉଥିବା ଇମୋଜି ଓ ପ୍ରେମୀଯୁଗଳଙ୍କ ମଧ୍ୟରେ ପଠାଯାଉଥିବା ଇମୋଜି ଭିନ୍ନ ଭିନ୍ନ ହୋଇଥାଏ। ସାଙ୍ଗସାଥୀଙ୍କୁ ଆମେ ସାଧାରଣତଃ ମଜାଳିଆ ଇମୋଜି ପଠାଉଥିବା ବେଳେ ପ୍ରେମୀମାନେ ଲଭ୍‌ ସିମ୍ବଲ ଥିବା ଇମୋଜି ବ୍ୟବହାର କରିଥାନ୍ତି। ଏଣୁ ଇମୋଜି ମଧ୍ୟ ଭାବନା ବ୍ୟକ୍ତ କରିବାର ମାଧ୍ୟମ ଭାବେ ଏବେ ପରିଗଣିତ ହେଉଛି। ଯଦି କେହି ଯୁବତୀ ଆପଣଙ୍କୁ ହାର୍ଟ, ଲଭ୍‌, କିସ୍‌ ଆଦି ଇମୋଜି ପଠାଉଥାନ୍ତି, ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ବୋଲି ବୁଝିଯାଆନ୍ତୁ।

ଆପଣଙ୍କ ଛୁଟିଦିନ ଓ ପ୍ଲାନିଂ ବିଷୟରେ ପଚାରୁଥିଲେ:

ଯଦି କେହି ଆପଣଙ୍କୁ ବାରମ୍ବାର ଛୁଟି ଓ ପ୍ଲାନିଂ ବିଷୟରେ ପଚାରୁଥାନ୍ତି, ତେବେ ସେ ତାହାର ଏକ ଅଂଶ ହେବାକୁ ଚାହୁଁଛନ୍ତି ବୋଲି ଜାଣନ୍ତୁ। ସକାଳୁ ଯଦି ସେ ଆଜିର ପ୍ଲାନିଂ କ’ଣ ପଚାରୁଛନ୍ତି ତେବେ ବୁଝିଯାଆନ୍ତୁ ଯେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ଓ ଡେଟ୍‌ କରିବାକୁ ଚାହୁଁଛନ୍ତି।

ପ୍ରୋଫାଇଲ୍‌ ଫଟୋ ଓ ଷ୍ଟାଟସ ଉପରେ କମେଣ୍ଟ ଦେଉଥିଲେ:

ଯଦି କେହି ଆପଣଙ୍କ ହ୍ଵାଟ୍ସଆପ୍‌ ପ୍ରୋଫାଇଲ୍‌ ଫଟୋ ଓ ଷ୍ଟାଟସ୍‌ ସମ୍ପର୍କରେ ନିଜ ମତ ଦେଉଥାନ୍ତି, ତେବେ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି। ଆପଣଙ୍କ ଷ୍ଟାଟସ୍‌ରେ ଯଦି କେହି ସାଙ୍ଗେ ସାଙ୍ଗେ କମେଣ୍ଟ କରୁଛି ତେବେ ସେ ସବୁବେଳେ ଆପଣଙ୍କ ପ୍ରୋଫାଇଲ୍‌ ଚେକ୍‌ କରୁଛି ଓ ଆପଣଙ୍କୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଜାଣନ୍ତୁ।

ପିଲାବେଳର ଫଟୋ ସେୟାର କରୁଥିଲେ:

ସୋସିଆଲ ମିଡିଆରେ କିଛି ଫଟୋ ଅପ୍‌ଲୋଡ୍‌ କରିବା ପୂର୍ବରୁ ଆମେ ପ୍ରଥମେ ତାହାକୁ ଏଡିଟ୍‌ କରିଥାଉ। ସାଧାରଣ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଏଭଳି କରିଥାନ୍ତି। କିନ୍ତୁ ଜଣେ ଭଲ ସାଙ୍ଗ ସହ ହିଁ ଆମେ ପିଲାବେଳର ବିନା ଏଡିଟ୍‌ ହୋଇଥିବା ଫଟୋ ସେୟାର କରିଥାଉ। ଯାହା ସହ ଆମେ ଅଧିକ ଘନିଷ୍ଠ ହୋଇଥାଉ ଯାହା ସାମ୍ନାରେ ଆମେ ଲଜ୍ଜା ଅନୁଭବ କରିନଥାଉ, ତାଙ୍କୁ ହିଁ କେବଳ ଆମେ ଛୋଟ ବେଳର ଫଟୋ ଦେଇଥାଉ। ଯଦି କୌଣସି ଝିଅ ଆପଣଙ୍କ ସହ ନିଜ ପିଲାବେଳର ଫଟୋ ସେୟାର କରୁଥାନ୍ତି, ତେବେ ଜାଣନ୍ତୁ ଯେ ସେ ଆପଣଙ୍କୁ ନିଜର ବୋଲି ଭାବୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button