ଜୀବନଶୈଳୀ

ଚାକିରି ଚାଲିଯିବାର ଭୟ ଅଛି କି ? କରନ୍ତୁ ଛଟେଇ ବୀମା

ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟାନ୍ୟ କାରଣ ଯୋଗୁଁ ଆଜିକାଲି ଅନେକ କମ୍ପାନି ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଫଳରେ ଏବେ ଆଇଟି ସମେତ କେତେକ କ୍ଷେତ୍ରରେ କାମ କରୁଥିବା ଲୋକମାନେ ନିଜ ଚାକିରିକୁ ନେଇ ଚିନ୍ତିତ ଅଛନ୍ତି। ଚାକିରି ହରାଇବାକୁ ସମସ୍ତେ ଡରୁଛନ୍ତି, କିନ୍ତୁ ଯଦି ଆପଣ ଛଟେଇ ବୀମା (Job loss insurance) ରେ ନିଜକୁ ସୁରକ୍ଷିତ ରଖନ୍ତି, ତେବେ ଚାକିରି ହରାଇବା ପରେ ଆସୁଥିବା ଖର୍ଚ୍ଚକୁ ମେଣ୍ଟାଇବାକୁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ତେବେ ଚାକିରି ହରାଇବା ବୀମା ନେବା ସମୟରେ ଗ୍ରାହକମାନେ ସର୍ତ୍ତାବଳୀ ପ୍ରତି ଯତ୍ନବାନ ହେବା ଜରୁରୀ।

ଦେଶରେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଭଳି ଚାକିରି ବୀମାର ମଧ୍ୟ ବ୍ୟବସ୍ଥା ରହିଛି । ଛଟେଇ  ବୀମାକୁ ମିଆଦୀ ଏବଂ ଅନ୍ୟ ବୀମା ପ୍ରଡକ୍ଟ ସହିତ ଅତିରିକ୍ତ ଲାଭ ବା ରାଇଡର ଭାବରେ ମଧ୍ୟ ଯୋଡାଯାଇପାରିବ । ତେଣୁ ଗୃହ ବୀମା କିମ୍ବା ସ୍ୱାସ୍ଥ୍ୟ ବୀମା ପଲିସି ଦ୍ୱାରା ଚାକିରି ହରାଇବା ବୀମା ନିଆଯାଇପାରିବ । ଟର୍ମ ଇନସ୍ୟୁରାନ୍ସରେ ମଧ୍ୟ ଏହି ପ୍ରକାର କଭର ମିଳିପାରିବ । ତେବେ ଚାକିରି ହରାଇବା ବୀମା ନେବା ସମୟରେ ଏହା ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ବୀମା କଂପାନୀର ଏଥିପାଇଁ ଭିନ୍ନ ଭିନ୍ନ ସର୍ତ୍ତ ରହିଛି ।


ଛଟେଇ ବୀମାର ଲାଭ

ଚାକିରି ହରାଇବା ବା ଛଟେଇ ବୀମା କଭରରେ ପଲିସି ସର୍ତ୍ତାବଳୀ ଅନୁଯାୟୀ ଚାକିରି ହରାଇଲେ ବୀମାଭୁକ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଏ । ପଲିସିଧାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଟଙ୍କା ସାହାଯ୍ୟ କରାଯାଏ । ଏହି କାରଣରୁ ଚାକିରି ହରାଇଲେ କଠିନ ପରିସ୍ଥିତିରେ ଆପଣଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଛଟେଇ ବୀମା ପଲିସି ନେବା ସମୟରେ ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ବୀମା କମ୍ପାନୀର ଛଟେଇ  ବୀମା ସ୍କିମର ନିଜସ୍ୱ ସର୍ତ୍ତାବଳୀ ରହିଛି । ଯଦି ଆପଣଙ୍କୁ ଚାକିରିରୁ ସାମୟିକ ଭାବେ ହଟାଇ ଦିଆଯାଏ ତେବେ ବି ଆପଣଙ୍କୁ ଛଟେଇ ବୀମା କଭରରେ ସୁରକ୍ଷା  ମିଳିଥାଏ । ଏପରି ପଲିସୀ ନେବା ସମୟରେ ଏହାକୁ ଧ୍ୟାନରେ ରଖିବାକୁ ପଡ଼ିବ। କାରଣ କିଛି ବୀମା କମ୍ପାନି ଅସ୍ଥାୟୀ କିମ୍ବା ଚୁକ୍ତି ଭିତ୍ତିରେ କାମ କରୁଥିବା ଲୋକଙ୍କୁ ଏହି ବୀମା ସୁରକ୍ଷା ଦିଅନ୍ତି ନାହିଁ। କିନ୍ତୁ ମନେରଖନ୍ତୁ, ଠକେଇ, ଦୁର୍ନୀତି କିମ୍ବା ଅନ୍ୟାନ୍ୟ ଭୁଲ କାର୍ଯ୍ୟ ଯୋଗୁଁ ଚାକିରି ଗଲେ ବୀମା ସୁବିଧା ମିଳିବ ନାହିଁ । ଏହାବ୍ୟତୀତ ପ୍ରୋବେସନ ଅବଧି ରେ ଚାକିରି ହରାଇବା ବୀମା ସୁରକ୍ଷା ସୁରକ୍ଷିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button