ଦେଶ ବିଦେଶ

ଶ୍ରୀନଗର ଡାଲ ହ୍ରଦରେ ଥିବା ହାଉସବୋଟରେ ଲାଗିଲା ନିଆଁ: ୬ ବାଂଲାଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର ଡାଲ ହ୍ରଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ବାସ୍ତବରେ ଡାଲ ହ୍ରଦରେ ନିଆଁ ଲାଗି ଅନେକ ହାଉସ ବୋଟ ପୋଡି ପାଉଁଶ ହୋଇଯାଇଛି | ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୬ଟି ହାଉସ ବୋଟ ଜଳିଯାଇଥିବାବେଳେ ଏଥିରେ ଥିବା ୬ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ପର୍ଯ୍ୟଟକମାନେ ବାଂଲାଦେଶର ହୋଇଥିବା ସୂଚନା ମିଳିଛି | ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ୯ ନମ୍ବର ଘାଟରେ ପ୍ରଥମେ କୌଣସି କାରଣବଶତଃ ଏକ ହାଉସବୋଟରେ ନିଆଁ ଲାଗିଯାଇଥିଲା |

ଦେଖୁ ଦେଖୁ ଆଉ ୫ଟି ହାଉସ ବୋଟରେ ମଧ୍ୟ ନିଆଁ ଲାଗିଯାଇଥିଲା | ତେବେ ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ ପର୍ଯ୍ୟଟକମାନେ ହାଉସ ବୋଟରୁ ବାହାରିପାରିନଥିଲେ | ଅଗ୍ନିକାଣ୍ଡରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା | ରିପୋର୍ଟରେ ଦର୍ଶାଯାଇଛି ଯେ ପର୍ଯ୍ୟଟକମାନେ ଡାଲ ହ୍ରଦରେ ଥିବା ‘ସଫିନା’ ହାଉସବୋଟରେ ରହୁଥିଲେ, ଏଥିରେ ପ୍ରଥମେ ନିଆଁ ଲାଗିଥିଲା | ଏହାପରେ ଯାହା ଅନ୍ୟ ୫ଟି ହାଉସବୋଟ ମଧ୍ୟ ଜଳି ପାଉଁଶ ହୋଇଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button