ଦେଶ ବିଦେଶ

ପ୍ରଖ୍ୟାତ ଲେଖକ ଥାଚୋମ ପେୟିଲ ରାଜିଭନଙ୍କ ପରଲୋକ

ତିରୁବନନ୍ତପୁରମ: ପ୍ରଖ୍ୟାତ ଲେଖକ ତଥା କବି ଥାଚୋମ ପେୟିଲ ରାଜିଭନଙ୍କ ପରଲୋକ। ବୁଧବାର ରାତିରେ ୬୩ ବର୍ଷ ବୟସରେ ତାଙ୍କ ନିଧନ ହୋଇଛି। ତାଙ୍କର ଲିଭର ଜନିତ ସମସ୍ୟା ଥିବାରୁ ସେ କେରଳର କୋଝିକୋଡେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସେ ମାଲାୟଲମ ଓ ଇଂରାଜୀ ଭାଷାରେ ବହୁ କବିତା, ଗଳ୍ପ, ରଚନା ଲେଖି ଖ୍ୟାତି ଅର୍ଜ୍ଜନ କରିଥିଲେ। ତାଙ୍କ ରଚିତ ଦୁଇଟି ଉପନ୍ୟାସ ଉପରେ ମାଲ୍ୟାଲମ ଫିଲ୍ମ ହୋଇଥିଲା। ସେ ମଧ୍ୟ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ପରେ ସେ କାଲିକଟ ବିଶ୍ବବିଦ୍ୟାଳୟର ପିଆରଓ ଭାବେ ନିଯୁକ୍ତ ହୋଇଥିଲେ।

ଏହି ପ୍ରସିଦ୍ଧ ଲେଖକଙ୍କ ଜନ୍ମ କୋଝିକୋଡା ଜିଲ୍ଲାର କୋଟ୍ଟୁରରେ ହୋଇଥିଲା। ସେ ବହୁ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ। କେରଳ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ପୁରସ୍କୃତ ହୋଇଥିଲେ ଥାଚୋମ।

ତାଙ୍କ ବିୟୋଗରେ କଂଗ୍ରେସ ନେତା ଶଶୀ ଥରୁର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଥରୁର ଟ୍ବିଟ କରି କହିଛନ୍ତି, ଜଣେ ମହାନ ବ୍ୟକ୍ତିଙ୍କୁ ଆମେ ହରାଇଛୁ।  ଥାଚୋମଙ୍କ ବିୟୋଗ ଖବର ପାଇଁ ଦୁଃଖିତ। ପ୍ରାରମ୍ଭିକ ଅବସ୍ଥାରେ ସେ ମୋ କାର୍ଯ୍ୟର ଉଚ୍ଚ ପ୍ରଶଂସକ ଥିଲେ। ତାଙ୍କୁ ଗଭୀର ସମ୍ମାନ ଜଣାଉଥିଲି। ୨୦୦୯ରେ  ଯେତେବେଳେ ମୁଁ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲି, ସେ ମୋତେ ସମର୍ଥନ କରିବାକୁ ଲେଖକ ଓ ଜ୍ଞାନୀ ଗୁଣି ବ୍ୟକ୍ତିବିଶେଷଙ୍କୁ  ଏକାଠି କରିଥିଲେ।

ଥାଚୋମଙ୍କ ବିୟୋଗରେ ବହୁ ସାହିତ୍ୟ ପ୍ରେମୀ, ବରିଷ୍ଠ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button