ମନୋରଞ୍ଜନ

୧୨ମାସ ଭିତରେ ୫ଟି ରୋଗରେ ଆକ୍ରାନ୍ତ ହୋଇଥିଲେ କଙ୍ଗନା – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ। ଏମଧ୍ୟରେ କଙ୍ଗନା ଇନଷ୍ଟା‌ ଷ୍ଟୋରୀରେ ଏକ ପୋଷ୍ଟ କରି ୧୨ମାସ ଭିତରେ ୫ଟି ରୋଗରେ ଆକ୍ରାନ୍ତ ହୋଇଥିବା ବିଷୟରେ ଜଣାଇଛନ୍ତି। ପୋଷ୍ଟରେ ବ୍ୟାଟମ୍ୟାନ୍ ଭଳି ଲୋକମାନେ ବି ବେଳେ ବେଳେ ଭାଙ୍ଗିପଡ଼ନ୍ତି ବୋଲି ସେ ଜଣାଇଛନ୍ତି।

ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖାଯାଇଛି ଯେ, ‘ଗତ ୧୨ମାସ ମଧ୍ୟରେ ମୋତେ ଡେଙ୍ଗୁ, କୋଭିଡ୍-ଡେଲଟା, କୋଭିଡ-ଓମିକ୍ରନ୍ ଏବଂ କୋଭିଡ + ସ୍ୱାଇନ୍ ଫ୍ଲୁ ହୋଇସାରିଛି । ମୁଁ ନିରନ୍ତର ଅସୁସ୍ଥ ରହିଛି। ବେଳେବେଳେ ଆମେ ସମସ୍ତେ ଭାଙ୍ଗିପଡ଼ୁ ଏବଂ ଦୁର୍ବଳ ଓ ନିରାଶ ହୋଇଯାଉ । ହଁ, ବ୍ୟାଟମ୍ୟାନ୍ ଭଳି ଲୋକମାନେ ମଧ୍ୟ। ଚାଲନ୍ତୁ ଚାଲିବା, ଆଗକୁ ବଢ଼ିବା । ପାର୍ବଣ ଋତୁ ପାଇଁ ସମସ୍ତଙ୍କୁ ଅଭିନନ୍ଦନ।

ଏହା ପୂର୍ବରୁ କଙ୍ଗନ‌ା ଇନଷ୍ଟା ଷ୍ଟୋରୀରେ ନିଜକୁ ବ୍ୟାଟମ୍ୟାନ୍ ବୋଲି କହି ଲେଖିଥିଲେ ଯେ, ଏ କଥାରେ ସମସ୍ତେ ରାଜି ହେବେ ଯେ, ମୁଁ ବହୁତ ଅସଭ୍ୟ। ହିଂସ୍ର ଓ ଉଗ୍ର ଆଚରଣ ସମ୍ପନ୍ନ ମଧ୍ୟ । ମୁଁ ହିଂସାକୁ ଆଉ ହିଂସା ମୋତେ ଭଲପାଏ। ମୁଁ ଟିକିଏ ଖରାପ ଓ ବହୁତ ଜିଦି। ଏହା ସହ ମୁଁ ବହୁତ ଜ୍ଞାନୀ ମଧ୍ୟ। ଏହାକୁ କୁହନ୍ତି ବ୍ୟାଟମ୍ୟାନ୍, ତାହା ହେଉଛି ମୁଁ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button