ବିଚାର

ସଚ୍ଚା ପ୍ରେମକୁ କିପରି ଚିହ୍ନିବେ ? ଦେଖନ୍ତୁ କଣ କହିଛନ୍ତି Mahatma Buddha

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସଚ୍ଚା ପ୍ରେମ କାହାକୁ କୁହାଯାଏ ବା କେମିତି ଜାଣିବେ ଜେଣ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ ସଚ୍ଚା ପ୍ରେମ କରୁଛି ସେହି ବିଷୟରେ ଏକ କାହାଣୀ ମାଧ୍ୟମରେ କହିବାକୁ ଯାଉଛୁ । ଗୋଟେ ସମୟରେ ଭଗବାନ ଗୌତମ ବୁଦ୍ଧ ଗୋଟେ ଗାଁ କୁ ଭିକ୍ଷା କରିବାକୁ ଯାଉଥିଲେ । ସେହି ସମୟରେ ଗାଁ ରେ ପହଞ୍ଚିବା ପରେ ଭଗବାନ ବୁଦ୍ଧ ଙ୍କୁ ଅନେକ ଲୋକ ପସନ୍ଦ କରୁ ନ ଥିଲେ । କିଛି ଲୋକ ତାଙ୍କୁ ପ୍ରେମରେ ଭିକ୍ଷା ଦେଉଥିଲେ ତ ଆଉ କିଛି ଲୋକେ ମନା କରି ଦେଉଥିଲେ । ଆଉ କିଛି ଲୋକ ତାଙ୍କୁ ଭଲ ଖରାପ କଥା କହି ବିଦା କରି ଦେଉଥିଲେ ।

କିନ୍ତୁ ଭଗବାନ ବୁଦ୍ଧ ସେମାନଙ୍କୁ ଏମିତି ଦେଖି ସେଠାରୁ ଚାଲି ଯାଉଥିଲେ । ଫେରିବା ସମୟରେ ଭଗବାନ ବୁଦ୍ଧ ଙ୍କୁ ତାଙ୍କର ଜଣେ ଶିଷ୍ୟ ପ୍ରଶ୍ନ କରିଥିଲେ କି ଆମେ ସବୁ ମନୁଷ୍ୟ ଙ୍କ ସହ ପ୍ରେମର ଭାବ ରଖିଥାଉ କିନ୍ତୁ ତା ପ୍ରତି ବଦଳରେ ଆମକୁ ଘୃଣା ଓ ନିନ୍ଦା ମିଳିଥାଏ । ଏହା ଶୁଣିବା ପରେ ଭଗବାନ ବୁଦ୍ଧ ଚୁପ ରହିଲେ ଓ ଚୁପଚାପ ଚାଲିବାକୁ ଲାଗିଲେ । ଏହା ପରେ କିଛି ଭିକ୍ଷୁକ ମାନଙ୍କୁ ଶୋଷ ଲାଗିଲା ।

ସେମାନେ ରାସ୍ତାରେ ଗୋଟେ କୂଅ ଦେଖିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଭିକୁକ କୂଅରେ ରସୀ ଲଗାଇ ପାତ୍ର ପକାଇଲେ । ଧୀରେ ଧୀରେ ପାଣି ଟାଣିବାକୁ ଲାଗିଲେ । ପାଣି ଭରିବା ପରେ ପାତ୍ର ଟି ଯେତେ ଉପରକୁ ଆସିଥାଏ ପାଣି ସେତିକି ସେତିକି ଖାଲି ହୋଇ ଯାଉଥାଏ । ଏହି ପ୍ରକାରର ରେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ସେମାନଙ୍କ ମେହନତ ବେକାର ହୋଇ ଯାଉଥିଲା ।

କିଛି ସମୟ ପରେ ଶିଷ୍ୟ ମାନେ ଥକାନ ଅନୁଭବ କରି ବସିବା ପରେ ଭଗବାନ ବୁଦ୍ଧ କହିଲେ ଏହି ପାତ୍ର ରେ କଣା ରହିଛି ଯାହା ପାଇଁ ପାଣି ଆଣିବାକୁ ଯେତେ ଚେଷ୍ଟା କରିଲେ ମଧ୍ୟ ଆସିପାରୁ ନାହି କାରଣ ସେଥିରେ କଣା ଥିବା କାରଣରୁ ଯେତେ ଆଣିଲେ ମଧ୍ୟ ତାହା ଢାଳି ଯାଉଛି ।

ଏହି ପ୍ରକାରରେ ପାଣି ପିଇବାରୁ ବଞ୍ଚିତ ହେବାକୁ ପଡୁଛି ବୋଲି ଭଗବାନ ବୁଦ୍ଧ କହିଲେ । ଏହି କଥା ରୁ ଆମକୁ ଏହି ଶିକ୍ଷା ଲାଭ ହେଉଛି କି ପ୍ରତିଫଳର ଇଚ୍ଛା ରହିବା କାରଣରୁ ମନୁଷ୍ୟର ସେବା ସାଧନା, ପ୍ରେମ ପ୍ରବୃତ୍ତି ସନ୍ତୋଷଜନକ ପରିଣାମ ଦିଏ ନାହି । ଦେଖିବାକୁ ଗଲେ ସେବା ସହାୟତା ପ୍ରେମ ଓ ସ୍ନେହର ଆଶା ଆମେ ଯେତିକି କରିଥାଉ କିନ୍ତୁ ତାର ପୂର୍ତ୍ତି ଯଦି ସେତିକି ପରିମାଣର ନ ହୁଏ ତେବେ ଆମେ ଦୁଃଖୀ ଓ ନିରାଶ ହୋଇଥାଉ ।

ଆଶା ରଖି କୌଣସି କାମ କରିଲେ ସେଥିରେ ସଫଳତା ମିଳେ ନାହିଁ । ଏହା କଣା ହୋଇଥିବା ପାତ୍ରରୁ ଯେମିତି ପାଣି ବାହାରି ଆସୁଥିଲା ତାହା ସହ ସମାନ ହୋଇଥାଏ । ତେଣୁ ସଚ୍ଚା ପ୍ରେମ ନିସ୍ଵାର୍ଥପର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button