ଓଡିଶା
ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍

ମାର୍ଶାଘାଇ,୦୭/୧୦: ରାସ୍ତା କଡରେ ଚାଲିଚାଲି ଆସୁଥିବା ବେଳେ ଚଢିଗଲା ଟ୍ରକ । ମୃତକ ମାର୍ଶାଘାଇ ଥାନା ବଡପାଳ ଗାଁର କୁନା ମଲ୍ଲିକ (୨୪) ବୋଲି ଜଣାପଡ଼ିଛି । ପାରାଦୀପ – ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, କୁନା ମଲ୍ଲିକ ପାରାଦୀପ – ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଚାଲିଚାଲି ଆସୁଥିଲେ ।
ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଯୁବକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଯୁବକ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।