ବିଚାର

ଏହି ୭ଟି ଅଶୁଭ ସ୍ବପ୍ନ ଦେଇଥାଏ ମୃତ୍ୟୁର ସଙ୍କେତ, ପୂରାଣରେ ବର୍ଣ୍ଣିତ

ଭବିଷ୍ୟତରେ ହେବାକୁ ଥିବା କିଛି ଅଘଟଣ ବିଷୟରେ ସ୍ବପ୍ନରୁ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। ଭଗବାନ ରାମଚନ୍ଦ୍ର ପିତା ଦଶରଥଙ୍କ ମୃତ୍ୟୁ ପୂର୍ବରୁ ଅଶୁଭ ସ୍ବପ୍ନ ଦେଖି ରାଜଭବନରେ କିଛି ଖରାପ ହେବ ବୋଲି ଅନୁମାନ କରିଥିଲେ। ସେହିପରି ରାବଣଙ୍କୁ ମଧ୍ୟ ସ୍ବପ୍ନରେ ଅଶୁଭ ସଙ୍କେତ ମିଳିଥିଲା। ତେବେ ଆସନ୍ତୁ ଜାଣିବା ସେହି ସ୍ବପ୍ନ ବିଷୟରେ ଯାହାର ସମ୍ବନ୍ଧ ଖରାପ ଭାଗ୍ୟ ସହ ଜଡିତ।

କାଉ : ସ୍ବପ୍ନରେ କାଉ ଦେଖିବା ଅଶୁଭ ବୋଲି କୁହାଯାଏ। ଏହି ସ୍ବପ୍ନ ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ।

ଯାତ୍ରା: ନିଜେ ଯାତ୍ରା କରୁଥିବା ସ୍ବପ୍ନରେ ଦେଖିବା ଭଲ ନୁହେଁ। ଯେଉଁ ରାତିରେ ଏହି ସ୍ବପ୍ନ ଦେଖୁଛନ୍ତି ତା’ପର ଦିନ ଯାତ୍ରା କରନ୍ତୁ ନାହିଁ।

ଲଣ୍ଡା ହେଉଥିବା ଦେଖିଲେ: ଯଦି ଆପଣ ସ୍ବପ୍ନରେ ଲଣ୍ଡା ହେଉଥିବା ଦେଖୁଛନ୍ତି, ତେବେ ଏହା ପରିବାରର କୌଣସି ସଦସ୍ୟର ମୃତ୍ୟୁ ହେବାର ସଙ୍କେତ ଦେଇଥାଏ।

ସୁଖି ଯାଇଥିବା ଫୁଲର ମାଳା: ଯଦି କୌଣସି ସ୍ତ୍ରୀ ସୁଖି ଯାଇଥିବା ଫୁଲର ମାଳା ପିନ୍ଧୁଥିବା ସ୍ବପ୍ନରେ ଦେଖୁଛନ୍ତି, ତେବେ ଏହା ବହୁତ ବଡ ଅଶୁଭ ସଙ୍କେତ ବୋଲି ଜାଣିନେବେ।

ଗଧ ଉପରେ ବସିବା: ସ୍ବପ୍ନରେ ଗଧ ଉପରେ ବସି ଯାତ୍ରା କରୁଥିବା ଦେଖିଲେ ଏହା ମୃତ୍ୟୁର ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଆପଣଙ୍କ ଜୀବନରେ ଖରାପ ସମୟ ଆରମ୍ଭ ହୋଇଗଲା। ସାବଧାନତାବଶତଃ କାର୍ଯ୍ୟ କରନ୍ତୁ।

ଧଳା ବସ୍ତ୍ର: ଯଦି କୌଣସି ସ୍ତ୍ରୀ ଲୋକ ନିଜକୁ ଧଳା ବସ୍ତ୍ର ପିନ୍ଧିଥିବା ଏବଂ କେଶ ଖୋଲା ହୋଇଥିବା ସ୍ବପ୍ନରେ ଦେଖୁଛନ୍ତି ତେବେ ତାହା ହେଉଛି ବିୟୋଗର ସଙ୍କେତ। ଏଭଳି ସ୍ବପ୍ନ ଦେଖିବା ପରେ ଜୀବନରେ ସାବଧାନତା ଅବଲମ୍ବନ କରିବା ଉଚିତ୍।

ଭଙ୍ଗା ମୂର୍ତ୍ତି: ସ୍ବପ୍ନରେ ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ଦେଖିବା ଅଶୁଭ ବୋଲି ବିଶ୍ବାସ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button