ବିଚାର

Durga Puja 2022: ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି 10ଟି ଭୁଲ, ନଚେତ ହେବ ସର୍ବନାଶ

ନମସ୍କାର ବନ୍ଧୁଗଣ ତେବେ ମାତା ରାଣୀ ଙ୍କର ଆଗମନ ହୋଇସାରିଛି । ଅର୍ଥାତ୍ ନବରାତ୍ରୀ ର ଆଗମନ ହୋଇସାରିଛି । ଆମେ ସମସ୍ତେ ଜାଣିଛେ କି ନବରାତ୍ରୀ ବର୍ଷରେ ଦୁଇଥର ଆସିଥାଏ । ଜାହାକୁ ଆମେ ଚୈତ୍ର ଏବଂ ସାରଦୀୟ ନବରାତ୍ରୀ ଭାବେ ଜାଣିଅଛେ ।  ଏହି ବର୍ଷର ନବରାତ୍ରୀ ୨୬ ସେପ୍ଟେମ୍ବର ସୋମବାର ଠାରୁ ଆରମ୍ଭ ହେଉଥିବା ବେଳେ ଏହି ନବରାତ୍ରୀ ର ଏହି ନଅ ଦିନ ରେ ଭକ୍ତ ମାନେ ମାଆ ଙ୍କୁ ପ୍ରସନ୍ନ କରିଥାନ୍ତି ।

ଆଉ ମାଆ ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛା କୁ ପୂରଣ କରନ୍ତି । ତେବେ ଏହି ନବରାତ୍ରି ରେ ମାଆ ଙ୍କ ନଅ ଟି ରୂପ କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟ ରେ ଅନେକ ବ୍ୟକ୍ତି ନବରାତ୍ରି ମଧ୍ୟ ପାଳନ କରିଥାନ୍ତି । ନବରାତ୍ରି ପାଳନ କରିବାର ଅନେକ ନିୟମ ରହିଛି । ତେବେ ଏହି ସମସ୍ତ ନିୟମ ଗୁଡ଼ିକ କୁ ସଠିକ ରୂପରେ ପାଳନ କରିବା ଦ୍ୱାରା ମାତା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ନବରାତ୍ରି ରେ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଅନୁଚିତ ହୋଇଥାଏ । ଏହି କାର୍ଯ୍ୟ କରିବା ଦ୍ୱାରା ମାତାରାଣୀ କ୍ରୋଧିତ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଆପଣ ଏହି ନବରାତ୍ରି ରେ ମାଆ ଙ୍କୁ ପୂଜା କରିବା ସମୟ ରେ ମନରେ ବିଶ୍ୱାସ ଓ ଶ୍ରଦ୍ଧା ରଖି ପୂଜା କରିବା ଆବଶ୍ୟକ ଏବଂ ନିଜ ମନରୁ ଆଶଙ୍କା ଓ କୁଚିନ୍ତା କୁ ଦୁରେଇ ଦେବା ଉଚିତ । କାରଣ ମନ ରେ ବିଶ୍ୱାସ ନ ରଖି ପୁଜା କରିବା ଦ୍ୱାରା କୌଣସି ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ନବରାତ୍ରୀ ରେ ମାଆ ଙ୍କ ପୂଜା ସମୟ ରେ ନିଜ ମନ ରେ ଆଶା ଓ ବିଶ୍ୱାସ କୁ ସର୍ବଦା ଜାଗ୍ରତ କରନ୍ତୁ ।

ତେବେ ଆପଣ ଏହି ନବରାତ୍ରି ରେ ନିଜ ମୁହଁ ରୁ ଭୁଲ ରେ ବି ଅପଶବ୍ଦ ର ପ୍ରୟୋଗ କରନ୍ତୁ ନାହିଁ ଅଥବା କୌଣସି ବ୍ୟକ୍ତି କୁ ଗାଳି ଗୁଲଜ କରନ୍ତୁ ନାହିଁ । କାରଣ ଆପଣ ଏହି ସମୟ ରେ ମାଆ ଙ୍କ ପବିତ୍ର ନାମ ର ଜପ କରିଥାନ୍ତି । ତେଣୁ ଆପଣଙ୍କ ମୁହଁ ରୁ ବାହାରୁ ଥିବା ପ୍ରତ୍ୟେକ ଶବ୍ଦ ପବିତ୍ର ହେବା ଆବଶ୍ୟକ ।

ଏହି ନବରାତ୍ରି ରେ ପ୍ରତ୍ୟେକ ବ୍ୟକ୍ତି କୁ ନିଶା ଦ୍ରବ୍ୟ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ନିଶା କରିବା ଦ୍ୱାରା ମନୁଷ୍ୟ ନିଜ ଆୟତ୍ତ ରେ ରହି ନଥାଏ । ଏହା ସହିତ ଯେତେ ସମ୍ଭବ ମନୁଷ୍ୟ କୁ ସାତ୍ତ୍ଵିକ ଆହାର ଗ୍ରହଣ କରିବା ଉଚିତ । ଏହାଦ୍ବାରା ମାତା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।

ତେବେ ନବରାତ୍ରି ସମୟ ରେ କୌଣସି ଅସହାୟ ବ୍ୟକ୍ତି ଏବଂ କନ୍ୟା ମାନଙ୍କୁ କେବେବି ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଁ । ଅସହାୟ ବ୍ୟକ୍ତି ସ୍ୱୟଂ ଭଗବାନ ଙ୍କ ଦୂତ ଅଟନ୍ତି ଏବଂ କନ୍ୟା ମାନେ ଦେବୀ ଙ୍କ ପ୍ରତୀକ । ତେଣୁ ଯଦି ଆପଣ ଅସହାୟ ବ୍ୟକ୍ତି ଓ କନ୍ୟା ଙ୍କୁ ଶୂନ୍ୟ ହସ୍ତ ରେ ଯିବାକୁ ଦେବେ ତେବେ ଏହାର ଅର୍ଥ ଆପଣ ଦେବୀ ମାଆ ଙ୍କୁ ଶୂନ୍ୟ ହସ୍ତ ରେ ଫେରାଉଛନ୍ତି । ତେଣୁ ଆପଣ ନିଜ ସାମର୍ଥ୍ୟ ଅନୁସାରେ ଦାନ ପୁଣ୍ୟ କରନ୍ତୁ ।

ତେବେ ନବରାତ୍ରି ରେ ଚୁଟି ଓ ନଖ କାଟିବା ଉଚିତ ହୋଇ ନଥାଏ ଏବଂ ଏହି ସମୟ ରେ କୌଣସି ବି ପ୍ରାଣୀ ର ଚମଡ଼ା ରେ ତିଆରି ବସ୍ତୁ କୁ ପରିଧାନ କରିବା ଉଚିତ ନୁହେଁ । ଏହା ସହିତ ନବରାତ୍ରି ରେ ଦିନ ସମୟ ରେ ଶୋଇବା ଉଚିତ ନୁହେଁ ଏବଂ କଳସ କିମ୍ବା ଅଖଣ୍ଡ ଦୀପ ଯଦି ଘରେ ରଖିଛନ୍ତି ତେବେ ଭୁଲରେ ବି ତାକୁ ଘରେ ଖାଦି ଯିବେ ନାହିଁ । କାରଣ କଳସ ଆମର ଆସ୍ଥା ଓ ମା ନାକ ସମ୍ମାନର ପରତିକ ହୋଇଥାଏ ।

ଯଦି କୌଣସି କାରଣରୁ ଏହା ତଳେ ପଡିଯାଏ କିମ୍ବା ଦୀପ ଲିଭିଯାଏ ତେବେ ଏହା ଆପଣ ଅଶୁଭ ହୋଇଥାଏ । କାରଣ କଳସରେ ମା ବିରାଜମାନ କରିଥାନ୍ତି । ମା ଙ୍କର ଆରଧନା କରିବା ସମୟରେ ମା ଙ୍କ ର ପୂଜା, ମନ୍ତ୍ର ପାଠ କରିବା, ପୁରା ଭକ୍ତି ଓ ସମସ୍ତ ନିୟମର ସହ କରିବା ଉଚିତ । ପୂଜା ସମୟରେ ମନକୁ ସ୍ଥିର କରି ପୂଜା କରନ୍ତୁ । ମହିଳାମାନେ ମାସିକ ଧର୍ମ ସମୟରେ ମନ୍ଦିରକୁ ଯାଆନ୍ତୁ ନାହିଁ । ତେଣୁ ଏହି ସବୁ ନିୟମ ଗୁଡିକ ର ପାଳନ ନିହାତି ଭାବରେ କରିବା ଆବଶ୍ୟକ । ଏହାଦ୍ବାରା ମାଆ ଦୁର୍ଗା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button