ମନୋରଞ୍ଜନ

ବିବାହର ଏତେ ଦିନ ପରେ ପୁଣି ଭାଇରାଲ୍‌‌ ହେଲା ରାଘବ-ପରୀଙ୍କର କିଛି ମନଛୁଆଁ ଫଟୋ – Utkal Mail


ନୂଆଦିଲ୍ଲୀ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଜନେତା ରାଘବ ଚଢ଼‌ାଙ୍କ ଗ୍ରାଣ୍ଡ୍‌ ୱେଡିଂର ଫଟୋ,  ଭିଡିଓ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପୋଷ୍ଟ୍‌ ହେବା ଶେଷ ହୋଇନାହିଁ। ସେପ୍ଟେମ୍ବର ୨୪ ତାରିଖରେ ଦୁହେଁ ବନ୍ଧୁ ଏବଂ ପରିବାରଙ୍କ ଉପସ୍ଥିତିରେ ବିବାହ କରିଥିବା ବେଳେ ଏହି ସେଲିବ୍ରିଟି ଦମ୍ପତିଙ୍କ ବିବାହର ଆଉ କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତ୍ରୀଙ୍କ ପ୍ରଶଂସକ ପୃଷ୍ଠାରେ ତାଙ୍କର କିଛି ଫଟୋ ଗତକାଲି ପୋଷ୍ଟ୍‌ ହୋଇଛି।

ପରୀଙ୍କ ପ୍ରଶଂସକ ପୃଷ୍ଠାରେ ସେୟାର ହୋଇଥିବା ପୋଷ୍ଟରେ ମୋଟ ୧୦ଟି ଫଟୋ ସେୟାର କରାଯାଇଛି, ଯେଉଁଥିରେ ପ୍ରଥମରେ ଅଭିନେତ୍ରୀଙ୍କର  ଏକ ଏକୁଟିଆ ଫଟୋ ଦେଖିବାକୁ ମିଳିଛି। ଦ୍ୱିତୀୟରେ, ସେ ବିବାହ ସ୍ଥାନକୁ ପ୍ରବେଶ କରୁଥିବାବେଳେ ତୃତୀୟରେ ଅଭିନେତ୍ରୀ ସିଡ଼ିରୁ ଓହ୍ଲାଇଥିବାର ନଜର ଆସିଛନ୍ତି।

ଏକ ଫଟୋରେ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରା ପରୀଙ୍କ ଓଢ଼ଣା ଧରି ନେଇ ତାଙ୍କ ପଛରେ ଆସୁଥିବାର ନଜର ଆସିଛନ୍ତି। ଚତୁର୍ଥ ଚିତ୍ରରେ ନବ ବିବାହିତ ଦମ୍ପତି ହାତ ଧରା ଧରି ହୋଇ ପୋଜ୍ କରୁଥିବା ନଜର ଆସିଛନ୍ତି।

 

ବିବାହ ପରେ ପରିଣୀତି ଚୋପ୍ରାଙ୍କ ଗ୍ରାଣ୍ଡ ସ୍ୱାଗତ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିବାହ ରୀତିନୀତି କରୁଥିବା ଏବଂ ତାଙ୍କ ଶାଶୁଘରେ ସ୍ୱାମୀ ରାଘବ ଚାଢ଼ାଙ୍କ ସହ ମଜା କରୁଥିବାର ନଜର ଆସିଛନ୍ତି।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ବିବାହ ସମୟରେ କିଭଳି ରାଘବ ମଣ୍ଡପକୁ ପ୍ରବେଶ କରିଥିଲେ ଏବଂ ଏହା ଦେଖି ପରିଣୀତିଙ୍କ କିଭଳି ପ୍ରତିକ୍ରିୟା ଥିଲା, ତାହାର ଏକ ଭିଡିଓ ପରୀ ନିଜ ଇନଷ୍ଟାରେ ସେୟାର କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ରାଘନୀତି, ରଣବୀର-ଆଲିଆଙ୍କ ବିବାହ ପୋଷାକ ଓ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କରିଥିବା କହିବା ଆରମ୍ଭ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button