କ୍ରୀଡା

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଘୋଷିତ – Utkal Mail


ନୂଆଦିଲ୍ଲୀ: ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଦିନିକିଆ ଟିମର ଅଧିନାୟକ ଟେମ୍ବା ବାଭୁମା ଓ ପେସ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ବିଶିଷ୍ଟ ସିରିଜରୁ ବାଦ ଦିଆଯାଇଛି । ତେବେ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜରେ ଖେଳିବେ । ଟି୨୦ ଏବଂ ଦିନିକିଆରେ ଆଡେନ ମାର୍କରାମ ଅଧିନାୟକ ଦାୟିତ୍ୱ ତୁଲାଇବେ । ବୁଭାମା ଟେଷ୍ଟ ସିରିଜର ନେତୃତ୍ୱ ନେବେ ।
ଦକ୍ଷିଣ ଆଫ୍ରିକା ଟି ୨୦ ଟିମ: ଆଡେନ ମାର୍କରାମ (ଅଧିନାୟକ), ୱାର୍ଟମ୍ୟାନ, ମାଥ୍ୟୁ ବ୍ରିଟକେଜ, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କୋଏଟଜି, ଡୋନମ୍ୟାନ ଫରେରିଆ, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ୟେନସେନ, ହେନରିକ କ୍ଲାସେନ, କେଶବ ମହାରାଜା, ଡେଭିଡ ମିଲର, ଲୁଙ୍ଗି ଏଗିଡି, ଏଡିଲେ ଫେହଲୁକାୱେ, ଟାଭରେଜ ସାମସୀ, ଟିଷ୍ଟନ ଷ୍ଟବ୍ସ, ଲିଜାଡ ୱିଲିୟମ୍ସ ।

ଦିନିକିଆ ଟିମ: ଆଡେନ ମାର୍କରାମ (ଅଧିନାୟକ), ୱାର୍ଟମ୍ୟାନ, ନାନ୍ଦ୍ରେ ବର୍ଗର, ଟୋନି ଡେଜୋଜି, ରୀଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜା, ମିହାଲୀ ପୋଙ୍ଗାୱାନା, ଡେଭିଡ ମିଲର, ଭିୟାନ ମୁଲ୍ଡର, ଆଣ୍ଡିଲେ ଫେହଲୁକାୱେ, ଟାଭରେଜ ଶାସମୀ, ରାସୀ ଭେନ ଡେର ଡୁସେ, କାଇଲ ବେବେୟେନ, ଲିଜାଡ ୱିଲିୟମ୍ସ ।
ଟେଷ୍ଟ ଟିମ: ଟେମ୍ବା ବାଭୁମା (ଅଧିନାୟକ), ଡେଭିଠ ବେଡିଙ୍ଗମ, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କୋଇଟଜୀ, ଟାନୀ ଡେ ଜୋଜି, ଡିନ ଏଲଗାର, ମାର୍କୋ ୟେନସେନ, କେଶବ ମହାରାଜା, ଆଡନ ମାର୍କରାମ, ଭିୟାନା ମୁଲ୍ଡର, ଲୁଙ୍ଗି ଏନଗିଡି, କିଗନ ପିଟରସନ, କାଗିସୋ ରାବାଡା, ଟଷ୍ଟନ ଷ୍ଟବ୍ସ ଓ କାଇଲ ଭେରେନେନ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button