ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘର ସାମ୍ନାରେ ଏହି ଗଛ ଜନ୍ମ ହେଲେ ଦୂର ହୁଏ ଦାରିଦ୍ର୍ୟତା

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କିଛି ଗଛ ଯଦି ବ୍ୟକ୍ତିଙ୍କ ଘର ସାମ୍ନାରେ କିମ୍ବା ଚାରିପଟେ ସ୍ୱତଃ ଜନ୍ମ ହୋଇଥାଏ ତେବେ ଏହା ସେହି ବ୍ୟକ୍ତି ପାଇଁ ସୌଭଗ୍ୟ ଆଣିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ସେହି ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହୋଇଯାଏ । ଏହି ଗଛ ଯେତେବେଳେ ସବୁଜ ଏବଂ ଭରପୁର ରହିଥାଏ ସେହିଠାରେ ସକାରାତ୍ମକତା ଜାତ ହୋଇଥାଏ । ମାତ୍ର ଏହି ଗଛ ଶୁଖିଗଲେ ଘରକୁ ନକରାତ୍ମକତା ଆସିଥାଏ ।

କିଛି ଗଛ ଯଦି ଆପଣ ଘରେ ଲଗାନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ । ମାତ୍ର ଅନେକ ଯତ୍ନ ପରେ ବି ଯଦି ସେହି ଗଛ ଶୁଖିଯାଏ ତେବେ ତାହାର ଅର୍ଥ ଘର ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି କିମ୍ବା କୌଣସି ତନ୍ତ୍ର ଶକ୍ତିର ପ୍ରଭାବ ରହିଛି ।

ତେଣୁ ଏପରି ହେଲେ ତୁରନ୍ତ କିଛି ଉପାୟ କରିନେବା ଉଚିତ । ଏହାବ୍ୟତୀତ ଯଦି ଘର ଚାରି ପାଖରେ କିଛି ସ୍ୱତନ୍ତ୍ର ଧରଣର ଗଛ ଜନ୍ମ ହୁଏ ତେବେ ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ଘରର ସଦସ୍ୟଙ୍କ ସୌଭଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ତେଣୁ ସେପରି ଗଛକୁ ତୁରନ୍ତ ହଟାଇ ଦେବା ଉଚିତ । ଆଉ କିଛି ଗଛ ଏପରି ସ୍ୱତଃ ଜନ୍ମ ହୋଇଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଭଳି ଘରକୁ କିଛି ପଶୁ ପକ୍ଷୀ ମଧ୍ୟ ଆସିଲେ ତାହାର ଅତ୍ୟନ୍ତ ଶୁଭ ସଙ୍କେତ ମିଳିଥାଏ । ତେବେ ଚାଲନ୍ତୁ ସେହି ଗଛ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ତୁଳସୀ ଗଛ :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ତୁଳସୀ ଗଛ ସବୁଠାରୁ ଅଧିକ ପବିତ୍ର ହୋଇଥାଏ । ଏହି ଗଛ ଯେଉଁ ଘରେ ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ତୁଳସୀ ଗଛର ଅନେକ ଔଷଧୀୟ ଗୁଣ ରହିଥାଏ । ତେଣୁ ଏହି ଗଛ ଘର ଚାରି ପାଖରେ ସ୍ୱତଃ ଜନ୍ମ ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଦାରିଦ୍ର୍ୟତା ଦୂରେଇ ଯାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

୨ . କଦଳୀ ଗଛ :-

କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଗୁରୁବାର ଦିନ କଦଳୀ ଗଛକୁ ପୂଜା କଲେ ଜୀବନରେ ସର୍ବଦା ଉନ୍ନତି ହୋଇଥାଏ । ମାତ୍ର ଏହି ଗଛ ଯଦି ଘର ଚାରିପାଖରେ ସ୍ଵତଃ ପ୍ରକଟ ହୋଇଯାଏ ତେବେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଘରକୁ ଅକାଳ ମୃତ୍ୟୁ ଆସି ନଥାଏ । ଏହାବ୍ୟତୀତ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଥାଏ ।

୩ . ଅଶୋକ ଗଛ :-

ଏହି ଗଛ ଶୋକ ନାଶ ଗଛ ହୋଇଥାଏ । ଏହି ଗଛ ସ୍ଵତଃ ଘର ଚାରିପଟେ ଜନ୍ମ ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଶୁଖିଗଲେ ଅନେକ ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ରରେ ଏହି ଗଛର ଅନେକ ମହତ୍ତ୍ୱ ରହିଛି । ଏହାଦ୍ବାରା ଆପଣଙ୍କ ଦୁଃଖର ଅନ୍ତ ମଧ୍ୟ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button