ସ୍ୱାସ୍ଥ୍ୟ

ପାଚିଲା ଆମ୍ବରେ ଖୋଲାଖୋଲି ଭାବେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ, ନିୟମ ମାନୁନାହାନ୍ତି ବ୍ୟବସାୟୀ

ଭୁବନେଶ୍ୱର : ପାଚିଲା ଆମ୍ବରେ ବିଷ । ଖୋଲାଖୋଲି ଭାବେ ଆମ୍ବରେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ । ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉୁପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।

ଏପଟେ ପାଚିଲା ଆମ୍ବ ଖାଇ ବିଷାକ୍ତ ଖାଦ୍ୟ ପ୍ରଭାବରେ ବିଭିନ୍ନ ରୋଗରେ ପଡୁଛନ୍ତି । ଏବେ ବଜାରରେ ଭଳିକି ଭଳି ଆମ୍ବ ପସରା ମେଳିଯାଇଛି । ଜୋରସୋରରେ ବିକ୍ରି ମଧ୍ୟ ଚାଲିଛି । ହେଲେ ଯେଉଁ ଆମ୍ବ ଗ୍ରାହକମାନେ ବଜାରରୁ କିଣି ନେଇ ଖାଉଛନ୍ତି ତାହା ସ୍ବାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଉଛି ତାହା କେହି ପରଖୁନାହାଁନ୍ତି । ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ନିୟମ ମାନୁନାହାନ୍ତି । ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଯାଞ୍ଚ କରିବା ନିୟମ ଥିଲେ ବି ସେମାନେ ଚୁପ୍ ହୋଇ ବସିରହୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button