୪ ଦିନ ବନ୍ଦ ରହିବ ବ୍ୟାଙ୍କ, ୯ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲେ କର୍ମଚାରୀ

ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ କାରଣ ୪ ଦିନ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ୨୪ ଓ ୨୫ ଦୁଇ ଦିନିଆ ଧର୍ମଘଟ ଡାକରା ଯୋଗୁଁ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ଏହି ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ।
ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ କାରଣ ୪ ଦିନ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ୨୪ ଓ ୨୫ ଦୁଇ ଦିନିଆ ଧର୍ମଘଟ ଡାକରା ଯୋଗୁଁ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ଏହି ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ । ୯ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ । ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏଫ୍ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ ଏହି ସୂଚନା ଦେଇଛନ୍ତି ।
ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ , ପ୍ରଦର୍ଶନ ସମୀକ୍ଷା ଓ ପିଏଲ୍ଆଇ ଉପରେ ସାମ୍ପ୍ରତିକ ଡିଏଫ୍ଏସ୍ ନିର୍ଦ୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର ଏବଂ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାର ବିରୋଧରେ ସୁରକ୍ଷା ପ୍ରଦାନ କରିବା ଲାଗି ୟୁଏଫ୍ବିୟୁ ଦାବି କରିଛି । ଧର୍ମଘଟରେ ରାଜ୍ୟର ୬ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ। ଧର୍ମଘଟ ପୂର୍ବରୁ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ ।
ତେବେ ଏହି ଧର୍ମଘଟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ହେବ । ପ୍ରତ୍ୟକ୍ଷ ଶାଖାରେ କାରବାର ସମ୍ଭବ ହେବନାହିଁ । ଡିଜିଟାଲ୍ ମାଧ୍ୟମ ଓ ଏଟିଏମ୍ଗୁଡ଼ିକରେ କାରବାର କରାଯାଇପାରିବ । କିନ୍ତୁ ଯେହେତୁ ଚାରିଦିନ ଭଳି ଏକ ଲମ୍ବା ଅବଧି ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଏଟିଏମ୍ କାରବାର ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି । ଆର୍ଥିକ କାରବାର ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାର୍ଚ୍ଚ ମାସରେ ଏହି ଧର୍ମଘଟ ଅନେକ ଅସୁବିଧା ସୃଷ୍ଟି କରିବାର ଆଶଙ୍କା ରହିଛି ।


