କ୍ରାଇମ

ଗୋଲାପ ଫୁଲ ନେଇ ଡିଏମଙ୍କ ନିକଟ‌ରେ ଛାତ୍ରମାନେ ପହଞ୍ଚି କଲେ ଏଭଳି ଅଭିଯୋଗ…. – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାସ୍ଥିତ ମୁହଲ୍ଲେ ରାସ୍ତାରେ ପାଣି ଭର୍ତ୍ତି ହୋଇ ଦୁର୍ଗନ୍ଧ ବାହାରୁଛି। ଏହି କାରଣରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ଅସୁବିଧାର ସମାଧାନ ପାଇଁ  ଛାତ୍ରମାନେ ଏକାଠି ହୋଇ ଗୋଲାପ ଫୁଲ ଧରି ଡିଏମଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। ଛାତ୍ରମାନଙ୍କ ଠାରୁ ଅଭିଯୋଗ ଶୁଣିବା ପରେ ଡିଏମ ରମେଶ ତିୱାରୀ ତୁରନ୍ତ ନଗରପାଳିକ‌ାଙ୍କୁ ଉକ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣ‌ା ସୈଦୁ ତଲେୟା ଦୁସୈନ ଗଞ୍ଜ ଅଞ୍ଚଳର ରହିଛି। ଏଠାରେ ରହୁଥିବା ଛାତ୍ରମାନେ ଗୋଲାପ ଫୁଲ ଧରି ଡିଏମଙ୍କ କାର୍ଯ୍ୟାଳୟରେ ଯ‌ାଇ ପହଞ୍ଚିଥିଲେ। ଆଉ କହିଥିଲେ, ‘ସାର ଫୁଲ ଧରନ୍ତୁ ଆମର ଅଭିଯୋଗ ଶୁଣନ୍ତୁ। ଆମେ ରହୁଥିବା ସ୍ଥ‌ାନର ରାସ୍ତା ବହୁତ ଖରାପ ରହିଛି। ଅଳ୍ପ ବର୍ଷା ହେଲେ ମଧ୍ୟରେ ରାସ୍ତାରେ ପାଣି ଜମି ଯିବା ସହିତ ଘର ଭିତରେ ପାଣି ପଶି ଯାଉଛି।

ଏହି ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବାରେ ବି ଅନେକ ଅସୁବିଧା ହେଉଛି। ଆମେ ସ୍କୁଲ ପିଲା ଅନ୍ୟମ‌ାନଙ୍କ ଛାତରୁ ଛାତକୁ ଡେଇଁଡେଇଁ ଶୁଖିଲା ରାସ୍ତାରେ ପହଞ୍ଚିବାପରେ ସ୍କୁଲ  ଯାଇଥାଉ। କାରଣ ଘର ପାଖ ରାସ୍ତାରେ ପାଣି ଭରିବା ସହିତ ଦୁର୍ଗନ୍ଧଯୁକ୍ତ ହୋଇପଡ଼ିଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button