କ୍ରାଇମ

କଂଗ୍ରେସ ନେତାଙ୍କ ଭାଇ ଲିଜରେ ଦେଇଥିବା ହୋଟେଲରୁ ସେକ୍ସ ରାକେଟ ଠାବ; ୬ଜଣ ଯୁବତୀ, ଜଣେ ପୁରୁଷ ଗିରଫ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ପୁଲିସ ଏକ ସେକ୍ସ ରାକେଟ ଠାକ କରିଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ରେଳବଜାର ପୁଲିସ ସେଣ୍ଟ୍ରାଲ ଷ୍ଟେସନ ପାଖରେ ଥିବା ଏକ ହୋଟେଲ ଉପରେ ଆକସ୍ମିକ ଚଢ଼ାଉ କରିଥିଲା। ଯେଉଁଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଥିଲା।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି ସେକ୍ସ ରାକେଟ ଠାବ ହୋଇଥିବା ହୋଟେଲ ଟି କଂଗ୍ରେସ ନେତାଙ୍କ ଭାଇଙ୍କର। ଯାହାକୁ ସେ ଲିଜରେ ଦେଇଥି‌ଲେ। ପୁଲିସ ଘଟଣାସ୍ଥଳରୁ ୬ଜଣ ମହିଳା ସମେତ ଜଣେ ଯୁବକଙ୍କୁ ଗିରଫ କରିଛି।

ଏହି ଘଟଣାକୁ ନେଇ ଏସପି ବ୍ରିଜ ନାରାୟଣ ସିଂହ କହିଛନ୍ତି, ‘ଗତ କିଛିମାସ ହେବ ରେଳବଜାରର ସେଣ୍ଟ୍ରାଲ ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଥିଲା। ଏହି ସୂଚନ‌ା ପାଇବା ପରେ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଆକସ୍ମିକ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୬ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରିଥିଲା।

ଗିରଫ  ହିତେଶ ଠାରୁ ପୁଲିସ ନଗଦ ୨୧,୩୭୦ ଟଙ୍କା ଜବତ କରିଥିଲା। ଏହି ହୋଟେଲ କଂଗ୍ରେସ ନେତା ରାଜେଶ ସିଂହଙ୍କ ଭାଇ ପ୍ରକାଶ ସିଂହଙ୍କର ବୋଲି ଜଣାପଡ଼ିଛି। ଯିଏକି ରାଜୁ ଶର୍ମା ନାମକ ବ୍ୟକ୍ତିଙ୍କୁ ଲିଜରେ ହୋଟେଲ ଦେଇଥିଲେ।  ରାଜୁ ଶର୍ମା ହୋଟେଲରେ ସେକ୍ସ ରାକେଟ ପରିଚାଳନ କରୁଥିଲେ। ଏହି ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ପରେ ଉଦ୍ୟମ ଜାରି ରଖିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button