ବିଚାର

ରୁମାଲର ରଙ୍ଗ ମଧ୍ୟ ବଦଳାଇ ପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି?

ଆଜିକା ସମୟରେ ବହୁତ ଲୋକ ଭାଗ୍ୟ ଉପରେ ଭରସା କରନ୍ତି ନାହିଁ କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଗୋଟେ ସମୟ ଆସିଥାଏ ଯେତେବେଳେ ତାଙ୍କୁ ଭାଗ୍ୟ ବା ରାଶି ଉପରେ ଧ୍ୟାନ ଆସିଥାଏ ଯେତେବେଳେ ମଣିଷ ବହୁତ ପରିଶ୍ରମ କଲା ପରେ ମଧ୍ୟ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ ସେତେବେଳେ ମଣିଷକୁ ରାଶି ଏବଂ ଗ୍ରହ ନକ୍ଷତ୍ର ମନେ ପଡିଥାଏ । ତେବେ ଗ୍ରହ ନକ୍ଷତ୍ର କେତେ ବେଳେ କାହାର ବଦଳିବ କିନ୍ତୁ ଗ୍ରହ ବଦଳିଲେ କିଛି ଉପାୟ ଦ୍ଵାରା ଏହାର ପ୍ରଭାବ କମିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଯାଉଛୁ ଯେ ଆପଣଙ୍କ ପକେଟ ରୁମାଲ ରଙ୍ଗ ଆପଣଙ୍କ ଭାଗ୍ୟ ବଦଳି ପାରେ, ଆସନ୍ତୁ ଜାଣିବା କେମିତି ।

Image Courtesy: Google

ଆଜିକା ସମୟରେ ସମସ୍ତେ ପକେଟରେ ରୁମାଲ ରଖନ୍ତି, ଏହାର ବହୁତ ପ୍ରକାର ବ୍ୟବହାର କରା ଯାଇଥାଏ, କିନ୍ତୁ ଏହା ବହୁତ କମ ଲୋକ ଜାଣିଥିବେ ଯେ ପକେଟରେ ରଖା ଯାଉଥିବା ରୁମାଲ ବ୍ୟକ୍ତି ଭାଗ୍ୟରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଜ୍ଯୋତିଷ ଶାସ୍ତ୍ର ଦ୍ଵାରା କିଛି ଉପାୟ କହିବାକୁ ଯାଉଛୁ, ଏହି ଉପାୟ ଦ୍ଵାରା ଆପଣ ନିଜ ଅସୁବିଧା ଠାରୁ ବାହାରି ପାରିବେ ଏବଂ ଜୀବନ କେତେ ସମସ୍ଯାକୁ ସମାପ୍ତ କରି ପାରିବ, ଏହା ପାଇଁ ଆପଣଙ୍କୁ ଏହି ଉପାୟ କରିବା ଉଚିତ :

Image Courtesy: Google

୧. କେବେ ବି ଅନ୍ୟ କାହା ରୁମାଲ ବ୍ୟବହାର କରନ୍ତୁ ନାହିଁ, ଏବଂ ନା ଅନ୍ୟ କାହାକୁ ନିଜ ରୁମାଲ ଦିଅନ୍ତୁ, ରୁମାଲ ରଙ୍ଗ ସବୁବେଳେ ହାଲ୍କା ରଖନ୍ତୁ ଏହା ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ ସେଥିପାଇଁ ସବୁବେଳେ ସଫା ଏବଂ ହାଲ୍କା ରଙ୍ଗ ରୁମାଲ ବ୍ୟବହାର କରନ୍ତୁ ।

୨. ଯଦି ଆପଣଙ୍କୁ କୌଣସି ସନ୍ତାନ ହେଉ ନାହିଁ ବା ବ୍ୟବସାୟରେ ଲଗାତାର ହାନି ହେଉଛି ତେବେ ଆପଣ ନିଜ ପାଖରେ ହଳଦିଆ ରଙ୍ଗ ରୁମାଲ ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ପରିବର୍ତନ ହବ ।

୩. ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ ତେବେ ଘରେ ଆସିଥିବା ଅତିଥିକୁ ଭୋଜନ କରାନ୍ତୁ ଏବଂ ଏହା ମନେ ରଖନ୍ତୁ ଯେ ଭୋଜନ କଲା ବେଳେ ତାଙ୍କ ମୁଖ ପୂର୍ବ ଦିଶାରେ ରହିବା ଉଚିତ ଏବଂ ଭୋଜନ ପରେ ରୁମାଲ ତାଙ୍କୁ ଉପହାର ସ୍ୱରୂପ ଦିଅନ୍ତୁ ।

୪. ଯଦି ଆପଣଙ୍କ କୌଣସି କାମ ସଫଳ ହେଉ ନାହିଁ ତେବେ ଅଙ୍କ ଜ୍ଯୋତିଷ ଅନୁଯାଇ ଆପଣ ନିଜ ପକେଟରେ ରୁମାଲ ରଖନ୍ତୁ ଓ ଏହାର ୪ଟି ବା ୬ଟି ଫୋଲ୍ଡ କରନ୍ତୁ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button