ସ୍ୱାସ୍ଥ୍ୟ

୫୦ ବର୍ଷ ପରେ ବି ତ୍ୱଚାକୁ ସଚେତ ରଖେ ଗୋଲାପ ତେଲ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

କୌଣସି ମହିଳା ନିଜର ଅତ୍ୟଧିକ ବୟସର ପ୍ରଭାବ ତ୍ୱଚାରେ ଦେଖା ନଯିବା ପାଇଁ ଚାହିଁନଥାନ୍ତି । ବୟସ ବଢ଼ିବା ସହ ତ୍ୱଚାରେ ଦାଗ କିମ୍ବା ବ୍ରଣର ସମସ୍ୟା ଦେଖା ଯାଇଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ନିଜର ଯତ୍ନ ନେଇଥାନ୍ତି । ଏଥିପାଇଁ ମହିଳା ମାନେ ପାର୍ଲର ଯାଇଥାନ୍ତି କିମ୍ବା ବଜାରରେ ମିଳୁଥିବା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଏହା ଦ୍ୱରା ବିଶେଷ କିଛି ଲାଭ ମଧ୍ୟ ମିଳିନଥାଏ । ଏହି କାରଣରୁ ଗୋଲାପ ତେଲ ଆପଣଙ୍କ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ ଗୋଲାପ ତେଲ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ତେଲ ।

ଆବଶ୍ୟକୀୟ ଉପକରଣ

rose2୧୦ଟି ଗୋଲାପ ପାଖୁଡ଼ା
ଅଲିଭ ଅଏଲ
ଗୋଟେ କପ ପାଣି

ପ୍ରସ୍ତୁତି ପ୍ରଣାଳୀ

rose3ପ୍ରଥମେ ସତେଜ ଗୋଲାପକୁ ନେଇ ସେଥିରୁ ପାଖୁଡ଼ାକୁ ଅଲଗା କରିରଖନ୍ତୁ । ଏକ କାଚ ପାତ୍ରରେ କିଛି ଅଲିଭ ଅଏଲ ନେଇ ସେଥିରେ ଗୋଲାପର ପାଖୁଡ଼ାକୁ ପକାଇଦିଅନ୍ତୁ । ଗୋଟେ ପାତ୍ରରେ ପାଣି ଗରମ କରି କାଚରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ତା ଉପରେ ରଖି ରାତିସାରା ଛାଡ଼ିଦିଅନ୍ତୁ । ସକାଳୁ ତେଲରୁ ପାଖଡ଼ାକୁ ବାହାର କରିଦିଅନ୍ତୁ । ଏବେ ଏହିତେଲରୁ ଚାରି ପାଞ୍ଚ ବୁନ୍ଦା ତ୍ୱଚାରେ ଲଗାନ୍ତୁ ।
ଗୋଲାପ ଜଳ ତ୍ୱଚା ପାଇଁ ବହୁତ ଉପକାର ହୋଇଥାଏ । ଏଥିପାଇଁ ଏହାର ବ୍ୟବହାର ସମସ୍ତେ କରିଥାନ୍ତି । ଏହିପରି ଗୋଲାପ ତେଲ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକସାଇଡ୍ ଚେହେରାରେ ଥିବା ଦାଗ କିମ୍ବା ବ୍ରଣର ସମସ୍ୟା ଦୂର କରିଥାଏ ।
ଆଖିର ପାଖରେ ଥିବା ତ୍ୱଚା ବହୁତ କୋମଳ ହୋଇଥାଏ । ଏହି କାରଣରୁ ବୟସ ବଢ଼ିବାର ସମସ୍ୟା ପ୍ରଥମେ ଆଖି ଉପରେ ପଡିଥାଏ । ଯାହାଫଳରେ ଗୋଲାପରେ ପ୍ରସ୍ତୁତ ତେଲ ଲଗାଇବା ଦ୍ୱରା ଏହି ସମସ୍ୟା ଧିରେ ଧିରେ କମିଥାଏ । ଏହା ପ୍ରାକୃତିକ ହୋଇଥିବାରୁ ଆଖି ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button