ଦେଶ ବିଦେଶ

ଶ୍ରଦ୍ଧା ହତ୍ୟାର ପ୍ରତିଫଳନ ମହାରାଷ୍ଟ୍ରରେ

ମୁମ୍ବାଇ: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଯେଉଁଭଳି ବିବତ୍ସ ହତ୍ୟା ହୋଇଛି ଶ୍ରଦ୍ଧାଙ୍କର ତାକୁ ନେଇ ନିଜ ଇଛାରେ ବିବାହ କରୁଥିବା ବା ଘରଛାଡି ପଳାଉଥିବା ଯୁବତୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏହାକୁ ନେଇ ମହାରାଷ୍ଟ୍ର ସରକାର ଝିଅମାନଙ୍କ ସାହାଯ୍ୟ ପାଇଁ ବିଶେଷ ସ୍କ୍ବାଡ ଗଠନ କରିବାକୁ ଯାଉଛନ୍ତି।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ  ମଙ୍ଗଳ ପ୍ରଭାତ ଲୋଢା କହିଛନ୍ତି କି, ଆମେ ରାଜ୍ୟ ମହିଳା ଆୟୋଗକୁ ଏକ ସ୍କ୍ବାଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ ହୋଇଥିବା ବର୍ତ୍ତମାନର ଶ୍ରଦ୍ଧା ମାମଲାରେ ଆମେ ଦେଖିଛୁ  ଯେତେବେଳେ ଜଣେ ଝିଅକୁ ୧୮ ବର୍ଷ ହୋଇଯାଏ, ତାଙ୍କୁ ପରିବାର କି ପୁଲିସ ଅଟକାଇ ପାରିବ ନାହିଁ।

ସେମାନେ ନିଜ ଇଛାରେ ବିବାହ କରିଥାନ୍ତି ପରିବାର ଇଛା ବିରୁଦ୍ଧରେ।  ସେମାନଙ୍କୁ ମଧ୍ୟ ଜଣାଥାଏ କି, ଏପରି କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ସାହାଯ୍ୟ ମିଳିବ ନାହିଁ ପରିବାର ଠାରୁ। ଅନ୍ୟ ଝିଅମାନେ ଯେମିତି ଶ୍ରଦ୍ଧାଙ୍କ ପରି ସ୍ଥିତିର ସମ୍ମୁଖୀନ ନ ହୁଅନ୍ତି ଏ ଦିଗରେ ସ୍କ୍ବାଡ କାର୍ଯ୍ୟ କରିବ। ଝିଅମାନେ ଆବଶ୍ୟକ ହେଲେ ସ୍କ୍ବାଡର ସାହାଯ୍ୟ ନେଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button