ଦେଶ ବିଦେଶ

ଲଡୁ ବିବାଦ: ଏସ୍‌ଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ତିରୁପତି ମନ୍ଦିରର ଲଡୁ ବିବାଦ ମାମଲାର ତଦନ୍ତ କରିବା ପାଇଁ ଶୁକ୍ରବାର ଏକ ସ୍ବତନ୍ତ୍ର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ସିବିଆଇର ତତ୍ବାବଧାନରେ ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ମାମଲାର ତଦନ୍ତ କରିବ। ଏହି ଦଳରେ ଦୁଇଜଣ ରାଜ୍ୟ ପୁଲିସ୍ ଅଧିକାରୀ, ଖାଦ୍ୟ ସୁରକ୍ଷା ଏବଂ ମାନ ଯାଞ୍ଚ୍ ପ୍ରାଧିକରଣର ଜଣେ ସଦସ୍ୟ ମଧ୍ୟ ରହିବେ।

ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ହେବା ପରେ ଏହି ମାମଲା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଭିଯୋଗ ସମଗ୍ର ବିଶ୍ୱରେ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ବି.ଆର ଗାଭାଇ ଏବଂ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ନେଇ ରାୟ ଶୁଣାଇ କୋଟି କୋଟି ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଖ୍ୟାତନାମା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର କୋଟି କୋଟି ଭକ୍ତଙ୍କ ଭାବନାକୁ ଅନୁଭବ କରି ଏହି ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଉଛୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button