ନୀତି

ମୃତ ଜେଜେବାପା-ମା’ଙ୍କ ପାଖକୁ ଚିଠି ଲେଖିବା ପାଇଁ ନାତୁଣୀଙ୍କ ଏହି ସ୍ବତନ୍ତ୍ର ପ୍ରୟାସ ଚର୍ଚ୍ଚାରେ – Utkal Mail


ନୂଆଦିଲ୍ଲୀ: ବେଳେବେଳେ ଛୋଟ ପିଲାମାନେ ଏମିତି କାମ କରି ଦେଖାଇ ଥାଆନ୍ତି ଯାହାକୁ ବଡ଼ମାନେ କେବେ ଚିନ୍ତା ବି କରି ପାରି ନଥାଆନ୍ତି।

ଘଟଣାଟି ହେଉଛି ଏପରି, ବ୍ରିଟେନରେ ରହୁଥିବା ୧୦ବର୍ଷର ମଟିଲ୍ଡା ହେଣ୍ଡି ନାମକ ବାଳିକାଙ୍କ ଜେ‌ଜେବାପା ଓ ଜେଜେମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁପରେ  ଜେ‌ଜେବାପା ଓ ଜେଜେମା’ଙ୍କୁ ମଟିଲ୍ଡା ବହୁତ ମନେ ପକାଉଥିଲେ।

ସେ ତାଙ୍କ ମୃତ ଜେଜେବାପା-ମା’ଙ୍କ ପାଖକୁ ଚିଠି ଲେଖିବା ପାଇଁ ଚାହୁଁଥିଲେ। କିନ୍ତୁ ଘର ଲୋକ ତାଙ୍କୁ ବୁଝାଉଥିଲେ କି,‘ ଦେଖ ତାଙ୍କର ମୃତ୍ୟୁ ହୋଇଯାଇଛି ଏବେ ତୁ ଏହି ଚିଠି ଲେଖି କିଛି ଲାଭ ନାହିଁ।’

 

ଘରଲୋକଙ୍କ ଠାରୁ ଏଭଳି କଥା ଶୁଣିବା ପରେ ବାଳିକା  ଏକ ଅଦ୍ଭୁଦ ଉପାୟ ଚିନ୍ତ‌ା କରିଥିଲେ। ସେ ଭାବିଥିଲେ ତାଙ୍କ ଭଳି ଏମିତି ଅନେକ ପିଲାଥିବେ ଯେଉଁମାନେ କି ନିଜର ଆତ୍ମୀୟଙ୍କୁ ହରାଇ ଦେବା ପରେ ସେମାନଙ୍କ ଉଦ୍ଦେଶ୍ୟରେ କିଛି ଚିଠି ଲେଖିବାକୁ ଚାହୁଁଥିବେ।

ଏହାପରେ ବାଳକଙ୍କ ଏହି ପ୍ରଶଂସନୀୟ ପ୍ରୟାସକୁ ସମସ୍ତେ ସମର୍ଥନ କରିଥିଲେ। ପରେ ସମଗ୍ର ଦେଶର କବରସ୍ଥାନରେ ପୋଷ୍ଟ ବକ୍ସ ଖଞ୍ଜା ଯାଇଥିଲା। ଯାହାର ନାମ ରଖାଗଲା, ‘ପୋଷ୍ଟବକ୍ସ ଟୁ ହେଭେନ’।

ଏହି ଘଟଣାକୁ ନେଇ ମଟିଲ୍ଡାଙ୍କ ମା’ ଲିନ ହେଣ୍ଡି କହିଛନ୍ତି, ‘ ଝିଅର ଏଭଳି ଚିନ୍ତାଧାର ପାଇଁ ମୁଁ ଖୁବ ଖୁସି। ଜାଣି ନଥିଲି ତାର ଏହି ଚିନ୍ତାଧାରାକୁ ସମସ୍ତେ ଆପଣାଇ କାମରେ ଲଗାଇବେ।’




Related Articles

Leave a Reply

Your email address will not be published. Required fields are marked *

Back to top button