ଦେଶ ବିଦେଶ

ରକ୍ତର ବଦଲା ନେଲା ମଙ୍ଗଳବାର, ତୁମେ ଧର୍ମ ପଚାରି ମାରିଲ ଆମେ ଧର୍ମ କହି କହି ମାରିଲୁ : ପ୍ରଶାନ୍ତଙ୍କ ପତ୍ନୀ

ବାଲେଶ୍ୱର : ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍ । ଏହା ମଧ୍ୟ କହିଛନ୍ତି ଯେ ତୁମେ ମଙ୍ଗଳବାରରେ ଆମକୁ ହତ୍ୟା କରିଥିଲ ଆମେ ବି ମଙ୍ଗଳବାର ଯୁଦ୍ଧ ଆରମ୍ଭ କରିଛୁ । ତୁମ ଧର୍ମ ପଚାରି ଆମକୁ ମାରିଥିଲ ଆମେ ଧର୍ମ କହି କହି ତୁମ ଉପରେ ଆକ୍ରମଣ କରିଛୁ । ପାକିସ୍ତାନ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର ଓ ଭାରତୀୟ ସେନା । ମୋ ସ୍ବାମୀ ଆଉ ଫେରିବେନି କିନ୍ତୁ ଆଉ ପୁନର୍ବାର ଏଭଳି ଘଟଣା ନଘଟୁ । ସମଗ୍ର ବିଶ୍ଵରେ ଆତଙ୍କବାଦର ମୂଳୋତ୍ପାଟନ ହେଉ । କେବେ ଆତଙ୍କବାଦୀଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେବ ଚିନ୍ତାରେ ଥିଲି । କିନ୍ତୁ ବିଶ୍ବାସ ଥିଲା ସରକାର କାର୍ଯ୍ୟାନୁଷ୍ଠାନ ନେବେ । ମୁଁ ବହୁତ ଖୁସି ଅଛି । ଏପରି କହି ପ୍ରତିକ୍ରିୟା ରଖିଲେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଗାଁ ଶ୍ମଶାନରେ ଅନୁଷ୍ଠିତ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପୁଅର ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button