ଦେଶ ବିଦେଶ

ଖରାପ ଲୋକଙ୍କୁ ଚିହ୍ନିବେ କିପରି ? ପଢନ୍ତୁ ଆଜିର ଅନୁଚିନ୍ତା …

୧. ଯେଉଁ ଲୋକମାନେ ଅନ୍ୟକୁ କଟ୍ଟୁ ଶବ୍ଦ କହିଥାନ୍ତି ଏବଂ କଥା କଥା ରେ ଝଗଡ଼ା କରିଥାନ୍ତି ସେମାନଙ୍କ ସହ ମିଶିବା ଅନୁଚିତ। ସେମାନଙ୍କ ଠାରୁ ଦୂରରେ ରହିଲେ ଶାନ୍ତି ଓ ପ୍ରଗତି ଆସିଥାଏ। ୨. ଶାସନ ବା ପ୍ରଶାସନ କଳ ରେ ଥିବା ଲୋକ ମାନଙ୍କ ସହିତ କେବେବି ଶତ୍ରୁତା କରିବା ଉଚିତ ନୁହେଁ। ଏହାଦ୍ବାରା ବିନା କାରଣରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୩. ଯେଉଁ ଲୋକମାନେ ସର୍ବଦା କର୍କଶ ଶବ୍ଦ କହିଥାନ୍ତି ଏବଂ ସତ୍ ଚରିତ୍ର ର ହୋଇନଥାନ୍ତି। ସେଭଳି ଲୋକ ଙ୍କ ଠାରୁ ଦୂରରେ ରହିବା ଉଚିତ। କାରଣ ଏହାଦ୍ବାରା ଧନ, ମାନ ସମ୍ମାନ ହାନୀ ହୋଇଥାଏ। ୪. ଯେଉଁ ଲୋକମାନେ ବିନା କାରଣରେ ସର୍ବଦା ଦୁଃଖ ରେ ରୁହନ୍ତି ବା ଦୁଃଖ ରେ ଥିବାର ଅଭିନୟ କରିଥାନ୍ତି ସେମାନଙ୍କ ଠାରୁ ଦୂରରେ ରହିଲେ ମଙ୍ଗଳ ହୋଇଥାଏ।

୫. ଯେଉଁ ଲୋକମାନେ ଅସୁବିଧା ସମୟରେ, ରୋଗ ଗ୍ରସ୍ତ ସମୟରେ, ଶତ୍ରୁ ଆକ୍ରମଣ ବେଳେ ଏବଂ ସ୍ମଶାନ ରେ ସାଥିରେ ଛିଡ଼ା ହୋଇଥାନ୍ତି ସେମାନେ ହେଉଛନ୍ତି ପ୍ରକୃତ ମିତ୍ର।

୬. ସଙ୍ଗତି ର ପ୍ରଭାବ ଧୀରେ ଧୀରେ ମନୁଷ୍ୟ ମଧ୍ୟରେ ପଡ଼ିଥାଏ। ତେଣୁ ସଙ୍ଗତି ସ୍ଥାପନ ପୂର୍ବରୁ ଭଲ ଭାବରେ ପରୀକ୍ଷା କରିନେବା ଉଚିତ।

୭. ସାଧାରଣ ଲୋକମାନେ ମୋବାଇଲ ର ବ୍ୟବହାର କେବଳ ମଉଜ ମସ୍ତି ବା ଟାଇମ ପାସ ଏବଂ ଅଶ୍ଲୀଳ ଦୃଶ୍ୟ ଦେଖିବାକୁ କରିଥାନ୍ତି। କିନ୍ତୁ ବୁଦ୍ଧିମାନ ଲୋକ ପଇସା କମାଇବା ନିମନ୍ତେ ମୋବାଇଲ ର ବ୍ୟବହାର କରିଥାନ୍ତି।

୮. ସାଧାରଣ ଲୋକ ହ୍ଵାଟ୍ସଆପ ରେ ଅନାବଶ୍ୟକ ଜିନିଷ ପଠାଇ ଥାଆନ୍ତି। କିନ୍ତୁ ବୁଦ୍ଧିମାନ ଲୋକ କେବଳ ଜରୁରୀ ସୂଚନା ପଠାଇ ଥାଆନ୍ତି।

୯. ସାଧାରଣ ଲୋକ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ନକରାତ୍ମକ ଦିଗ ବିଷୟ ରେ ଚିନ୍ତା କରିଥାନ୍ତି। କିନ୍ତୁ ବୁଦ୍ଧିମାନ ଲୋକ କେବଳ ସକରାତ୍ମକ ଦିଗ ବିଷୟରେ ଚିନ୍ତା କରିଥାନ୍ତି।

୧୦. ସାଧାରଣ ଲୋକ ମୋବାଇଲ ଫୋନ ରେ ଅନାବଶ୍ୟକ କଥା ଅଧିକ ସମୟ ହେଉଥିବା ବେଳେ ବୁଦ୍ଧିମାନ ଲୋକ ମୋବାଇଲ ରେ ଜରୁରୀ କଥା ମଧ୍ୟ ଖୁବ କମ ସମୟରେ ହୋଇଥାନ୍ତି।

୧୧. ଯଦି କୌଣସି ଲୋକ ଆପଣଙ୍କ ବିନା କାରଣରେ ପ୍ରଶଂସା କରୁଅଛି ତେବେ ସେଭଳି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ। ନଚେତ ଆପଣ କୌଣସି ଅସୁବିଧା ର ସମ୍ମୁଖୀନ ହୋଇପାରନ୍ତି।

୧୨. ଯଦି କୌଣସି ଲୋକ ଅଚାନକ ନରମ ରେ ଓ ସ୍ନେହଭରା କଥା ଆପଣଙ୍କୁ କହିଥାଏ ତେବେ ଏହାର ଅର୍ଥ ସେହି ଲୋକ ର ଆପଣଙ୍କ ପାଖରେ କୌଣସି କାମ ରହିଅଛି।

୧୩. ଯଦି କୌଣସି ଲୋକ ନିଜ କାର୍ଯ୍ୟ ପ୍ରତି ଅଧିକ ଉତ୍ସାହିତ ହୋଇଥାଏ ତେବେ ତାକୁ ଶୀଘ୍ର ସଫଳତା ମିଳିଥାଏ। କାରଣ ଉତ୍ସାହିତ ଲୋକ ହିଁ ବଳବାନ ହୋଇଥାଏ।

୧୪. କାହା ସହିତ ଅଧିକ ଭଲ ସଂପର୍କ ବା ଅଧିକ ଖରାପ ସମ୍ପର୍କ ରଖିବା ଉଚିତ ନୁହେଁ। କାରଣ ଏହା ହିଁ ମଙ୍ଗଳ ମାର୍ଗ ହୋଇଥାଏ।

୧୫. ଉପରୁ ମିତ୍ର ଓ ଭିତରୁ ଶତ୍ରୁ ଭଳି ଆଚରଣ କରୁଥିବା ବ୍ୟକ୍ତି ଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ। ଏହାଦ୍ବାରା ଆପଣଙ୍କ ର ହିଁ ମଙ୍ଗଳ ସାଧିତ ହୋଇଥାଏ।

୧୬. ଯେଉଁ ଲୋକ ଖରାପ ହୋଇଥାଏ ସେ ଆପଣଙ୍କୁ କୌଣସି ନା କୌଣସି ମାର୍ଗ ରେ ରୋକିବାକୁ ଚେଷ୍ଟା କରିଥାଏ ଏବଂ ବିଭିନ୍ନ ପ୍ରଲୋଭନ ମଧ୍ୟ ଦେଖାଇଥାଏ। ଏଭଳି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ।

୧୭. ଯେଉଁ ଲୋକ ମଦ, ମାଂସ ପ୍ରତି ଆକର୍ଷିତ ହୋଇଥାଏ। ସେଭଳି ଲୋକ ଙ୍କ ଠାରୁ ଦୂରରେ ରୁହନ୍ତି। କାରଣ ଏଭଳି ସଙ୍ଗତି ଆପଣଙ୍କ ଜୀବନକୁ ମଧ୍ୟ ନଷ୍ଟ କରି ଦେଇଥାଏ।

୧୮. ଯେଉଁ ଲୋକମାନେ ଆପଣଙ୍କ ସମସ୍ତ କଥା କୁ କାଟି ଦେଇଥାନ୍ତି ଏବଂ ଆପଣଙ୍କୁ ନକରାତ୍ମକ ଶବ୍ଦ କହିଥାନ୍ତି ସେହିପରି ଲୋକଙ୍କ ପ୍ରତି ସାବଧାନ ରହିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button