ନୀତି

୧୦୦ କିଲୋ ଗଞ୍ଜେଇଗଛ ଖାଇଗଲେ ଭୋକିଲା ମେଣ୍ଢାପଲ; ନିଶା ଚଢ଼ିଯିବାରୁ… – Utkal Mail


ଅଲ୍‌ମିରୋସ୍‌: ଅଳ୍ପ ଦିନ ତଳେ ଗ୍ରୀସ୍‌ର ଥେସଲି ଅନ୍ତର୍ଗତ ଅଲ୍‌ମିରୋସ୍‌ ନଗରୀରେ ପଲେ ଭୋକିଲା ମେଣ୍ଢା ଗୋଟାଏ ‘ଗ୍ରିନ୍‌ ହାଉସ୍‌’ (କାଚଘର ବଗିଚା) ଭିତରେ ଲଗାଯାଇଥିବା ପ୍ରାୟ ୧୦୦ କିଲୋ ଓଜନର ଗଞ୍ଜେଇ ଗଛ ଖାଇଯାଇଥିବା କଥା ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି।

ଗ୍ରୀସ୍‌, ଲିବ୍ୟା, ତୁର୍କୀ ଓ ବୁଲ୍‌ଗେରିଆ ଉପର ଦେଇ ସାମୁଦ୍ରିକ ବାତ୍ୟା ଡାନିଏଲ୍ ପ୍ରବାହିତ ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଉକ୍ତ ମେଣ୍ଢାପଲ ସେ ‘ଗ୍ରିନ୍‌ ହାଉସ୍‌’ ନିକଟରେ ଆଶ୍ରୟ ନେଇଥିଲେ।

ଭୋକରେ ଆତୁର ‌ହୋଇ ସେ ମେଣ୍ଢାପଲ ‘ଗ୍ରିନ୍‌ ହାଉସ୍‌’ ଭିତରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଚାଷ କରାଯାଇଥିବା ଉକ୍ତ ଗଞ୍ଜେଇଗଛ ସବୁ ଚୋବାଇ ଖାଇ ଦେଇଥିଲେ।

Image Courtesy of IT

ପ୍ରଥମେ ଏକଥା ଜାଣି ନ ଥିବା ମେଣ୍ଢାପଲ ମାଲିକ ୟାନ୍ନିସ୍‌ ବୋର୍ଣ୍ଣିସ୍‌ ମେଣ୍ଢାମାନଙ୍କର ବିଚିତ୍ର ଆଚରଣ ଦେଖି ବିସ୍ମିତ ହୋଇଯାଇଥିଲେ। ମେଣ୍ଢାମାନେ ଛେଳିମାନଙ୍କଠାରୁ ଅଧିକ ଉଚ୍ଚକୁ କୁଦାମାରୁଥିଲେ, ଯାହା କେବେ ମେଣ୍ଢାମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ ବୋଲି ସେ ଏକ ସ୍ଥାନୀୟ ‘ରେଡିଓ ପ୍ରଜଯୋକ’ଙ୍କୁ କହିଛନ୍ତି।

‘ଗ୍ରିନ୍‌ ହାଉସ୍‌’ର ମାଲିକ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ହସିବି ନା, କାନ୍ଦିବି ଜାଣି ପାରୁନାହିଁ। ଏଠାରେ ଗ୍ରୀଷ୍ମ ପ୍ରବାହ ହେବାରୁ ଆମର ବହୁତ ଗଞ୍ଜେଇଗଛ ମରିଯାଇଥିଲା। ପରେ ପରେ ବନ୍ୟା ଆସିବାରୁ ଆହୁରି କିଛି ଗଛ ନଷ୍ଟ ହୋଇଗଲା। ଆଉ ଯାହା କିଛି ବଞ୍ଚିଥିଲା ମେଣ୍ଢାପଲ ପଶି ଖାଇଗଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button