ଦେଶ ବିଦେଶ

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା: କଠିନ ପଦାର୍ଥ ଯୋଗୁ ବନ୍ଦ ରହିିଛି ଡ୍ରିଲିଂ କାର୍ଯ୍ୟ – Utkal Mail



ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ଶ୍ରମିକମାନେ ଆଜିକୁ ୬ ଦିନ ଧରି ଫସି ରହିଛନ୍ତି  । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ  ଓ ନରୱେର ବିଶେଷଜ୍ଞମାନେ ବି ଏହି କାମରେ ସହଯୋଗ କରୁଛନ୍ତି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ଯାହା ଚିନ୍ତାର ବିଷୟ ହୋଇଛି ।

୯୦୦ ଏମଏମ ଗୋଲେଇ ଏବଂ ୬ ମିଟର ଲମ୍ବର ୫ଟି ପାଇପ ଆବର୍ଜନା ଭିତରେ ସମ୍ପୂର୍ଣ୍ଣ ପଶି ଯାଇଛି  । ହେଲେ ଏହା ଆଗକୁ ଯାଇ ପାରୁନି । ଏକ ଟାଣ ଚଟ୍ଟାଣ ବା ସେହିପରି କିଛି ଅଟକୁଛି ଯାହା ଫଳରେ ପାଇପ ଆଗକୁ ଯିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ଖନନ କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଟନେଲ ଭିତରେ ଥିବା ଆବର୍ଜନାର ଜିଓଫିଜିକାଲ ଷ୍ଟଡି କରାଉଛନ୍ତି । ଏଥିପାଇଁ ଅପରେଶନ ସାଇଡରେ ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି  । ଏଠାରେ ବଡ ବଡ ବୋଲଡର କିମ୍ବା ମେଶିନ ଫସିଥିବା ଆଶଙ୍କା କରାଯାଉଛି । ତେବେ ଜିଓଫିଜିକାଲ ଷ୍ଟଡିରେ ଏହାର ଫଟୋ ପରିଷ୍କାର ଆସିପାରିବ ।

ସୂଚନା ଅନୁସାରେ, ଏହି କଠିନ ପଦାର୍ଥକୁ ହଟାଇବା ପାଇଁ ଡାଇମଣ୍ଡ-ବିଟ ମେଶିନର ସାହାଯ୍ୟ ନିଆଯାଇଛି । ଏହାପରେ ତୁରନ୍ତ ଡ୍ରିଲିଂ ଆରମ୍ଭ ହେବ । ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଆଡଭାନ୍ସ ଡ୍ରିଲିଂ ମେସିନ ସହାୟତାରେ ଟନେଲରେ ଥିବା ଆବର୍ଜନାକୁ ୨୫ ମିଟର ଯାଏ ଡ୍ରିଲିଂ କରାଯିବ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଆହୁରି ୩୦ରୁ ୪୦ ମିଟର ଖୋଳିବାକୁ ପଡିବ ।




Related Articles

Leave a Reply

Your email address will not be published. Required fields are marked *

Back to top button