ଦେଶ ବିଦେଶ

ବିବାହର ୪୪ବର୍ଷ ପରେ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ବୃଦ୍ଧ

ଚଣ୍ଡୀଗଡ଼: ଚଣ୍ଡୀଗଡ଼ର କରନାଲ ଜିଲ୍ଲାରେ ବିବାହର ୪୪ବର୍ଷ ପରେ ଦମ୍ପତିଙ୍କ ବିବାହ ବିଚ୍ଛେଦ ହେବା ଘଟଣା ଚର୍ଚ୍ଚାରେ ରହିଛି। ବିବାହ ବିଚ୍ଛେଦ ପରେ ସ୍ବାମୀ ସ୍ତ୍ରୀର ଭରଣପୋଷଣ ପାଇଁ ୩କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କ ବିବାହ ୧୯୮୦ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା। ଏହି ଦମ୍ପତିଙ୍କର ଦୁଇଝିଅ ଓ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। ବିବାହର ପ୍ରାୟ ୨୫ବର୍ଷ ପର୍ଯ୍ୟନ୍ତ ବୈବାହିକ ଜୀବନ ବେଶ ସୁରୁଖୁରୁରେ ଚାଲିଥିଲା। ୨୦୦୬ମସିହାରେ ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସର୍ବଦା କଳିଝଗଡ଼ା ଲାଗି ରହିଥିଲା। ୨୦୦୬ ମଇ ୮ ତାରିଖରେ ଦୁହେଁ ଅଲଗାଅଲଗା ରହିବାକୁ ଲାଗିଥିଲେ।

ଏହାପରେ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ। ୨୦୦୩ରେ ସ୍ବାମୀ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ପାଇଁ ୨୦୧୩ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ଆବେଦନ କରିଥିଲେ।

୧୧ବର୍ଷ ପରେ ଏହି ଆବେଦନର ଶୁଣାଣି ପରେ ଦମ୍ପତିଙ୍କର ଛାଡ଼ପତ୍ର ହୋଇଯାଇଛି। ସ୍ତ୍ରୀଙ୍କୁ ଛାତ୍ରପତ୍ର ଦେଇଥିବା ବୃଦ୍ଧଙ୍କ ବୟସ ୭୩ବର୍ଷ ଥିବା ଜଣାପଡ଼ିଛି।

ଉକ୍ତ ବୃଦ୍ଧ ଛାଡ଼ପତ୍ର ପରେ ତାଙ୍କ ୭୦ବର୍ଷ ସ୍ତ୍ରୀର ଭରଣପୋଷଣ ପାଇଁ ୩କୋଟି ଟଙ୍କା ଦେଇଛନ୍ତି। ଏଥିମଧ୍ୟରୁ ୨.୧୬କୋଟି ଟଙ୍କା ସେ ଜମି ବିକ୍ରି କରି ସଞ୍ଚୟ କରିଥିଲେ। ଏଥିସହିତ ୫୦ଲକ୍ଷ ଟଙ୍କାର ନଗଦ ଟଙ୍କା ସହିତ ୪୦ଲକ୍ଷ ଟଙ୍କାର ଅଳଙ୍କାର ବୃଦ୍ଧ ଛାଡ଼ପତ୍ର ଦେଇଥିବା ସ୍ତ୍ରୀଙ୍କୁ ଦେଇ ଦେଇଛନ୍ତି।
ଏସବୁ ପରେ ଯଦି ବୃଦ୍ଧଙ୍କ ମୃତ୍ୟୁ ହୋଇଯାଏ ତେବେ ସମ୍ପତ୍ତି ଉପରେ ତାଙ୍କ ସ୍ତ୍ରୀ କି ପିଲାମାନଙ୍କର କୌଣସି ଅଧିକାର ରହିବ ନାହିଁ ବୋଲି ବିଚାରପତି ସୁଧୀର ସିଂହ ଓ ଜସଜିତ ସିଂହ ବେଦୀ ଶୁଣାଣି କରି କହିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button