ବିଜ୍ଞାନ

ଚାଇନାରେ ନିଆରା ଆବିଷ୍କାର: ସଡ଼କରେ ୨୩୦ କିମି ବେଗରେ ଦୌଡ଼ିବ ‘ସୁଇମିଂ କାର

ନୂତନ କୌଶଳ ଆବିଷ୍କାର କରିବା ଏବଂ ପ୍ରଯୁକ୍ତିବିଦ୍ୟାରେ ସର୍ବଦା ଶୀର୍ଷରେ ରହୁଛି ଚାଇନା। ନିକଟରେ ଚାଇନା ଏକ କାରକୁ ସଫଳତାର ସହ ପରୀକ୍ଷା କରିଛି, ଯାହା ରାସ୍ତାରେ ଉଡ଼ିବ। ଏହି କାରଟି ସଡକରେ ଚାଲିବା ବେଳେ ଏମିତି ପ୍ରତୀୟମାନ ହେବ ଯେପରି କାରଟି ସଡ଼କରୁ ମାତ୍ର କିଛି ମିଲିମିଟର ଉପରେ ଭାସିଲା ପରି ମନେ ହେବ। ଅର୍ଥାତ୍ କାରର ଚକା ସଡକରେ ଲାଗିବ ନାହିଁ। କୁହାଯାଉଛି ଯେ ଏହି କାର ଚୁମ୍ବକୀୟ ପ୍ରଯୁକ୍ତିବିଦ୍ୟା (ମ୍ୟାଗଲେଭ) ଉପରେ ଆଧାରିତ। ସଡ଼କରେ ୨୩୦ କିମି ବେଗରେ ଦୌଡ଼ିବ ଏହି ‘ସୁଇମିଂ କାର’। ଭବିଷ୍ୟତରେ ଆସୁଥିବା ଫ୍ଲାଇଂ କାର୍ ପାଇଁ ଏହା ଏକ ବଡ ପଦକ୍ଷେପ ହୋଇପାରେ। ଚିନ୍ ଏପରି ଆବିଷ୍କାର କରିବା ଏକ ନିଆରା ପଦକ୍ଷେପ।

କୁହାଯାଉଛି ଯେ ଚାଇନାରେ ୨,୮୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ କାରରେ ଏହି ପରୀକ୍ଷା କରାଯାଇଛି। ଏହି କାରର ଟାୟାର ଚାଲିବା ପରିବର୍ତ୍ତେ ଏକ ଚୁମ୍ବକୀୟ କ୍ଷେତ୍ର ଦେଇ ଭୂମି ପୃଷ୍ଠରୁ ୩୫ ମିଲିମିଟର ଉଚ୍ଚରେ ଦୌଡୁଛି । ଚାଇନାରେ ମ୍ୟାଗଲେଭ୍ ଟେକ୍ନୋଲୋଜିରେ ନିର୍ମିତ ଏହି କାରକୁ ଚେଙ୍ଗଦୁର ଜିଆଓତୋଙ୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ପରୀକ୍ଷା କରିଛନ୍ତି।

 

ସିଚୁଆନ୍ ପ୍ରଦେଶର ଚେଙ୍ଗଦୁରେ ଦକ୍ଷିଣ-ପଶ୍ଚିମ ଜିଆଓତୋଙ୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଗତ ସପ୍ତାହରେ ପରିବର୍ତ୍ତିତ ଯାତ୍ରୀବାହୀ କାର ପାଇଁ ଏକ ସଡକ ପରୀକ୍ଷା କରିଥିଲେ ଯାହା ଚୁମ୍ବକ ବ୍ୟବହାର କରି କଣ୍ଡକ୍ଟର ରେଳଠାରୁ ୩୫ ମିଲିମିଟର ଉପରେ ଭାସିବ ବୋଲି ଏକ ଚିନ୍ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଚାଇନାରେ କରାଯାଇଥିବା ଏହି ପରୀକ୍ଷଣରେ, ମ୍ୟାଗ୍ଲେଭ୍ କାର୍ ଘଣ୍ଟା ପ୍ରତି ସର୍ବାଧିକ ୨୩୦ କିଲୋମିଟର ବେଗ ଧରିବାରେ ସଫଳ ହୋଇଥିଲା। ଏହି ଗତି ଚାଇନାର ଜାତୀୟ ରାଜପଥର ଗତି ସୀମାଠାରୁ ଦୁଇଗୁଣ ଅଧିକ। ସିନହୁଆଙ୍କ ଅନୁଯାୟୀ ସରକାରୀ ପରିବହନ ଅଧିକାରୀମାନେ ହାଇ ସ୍ପିଡ୍ ଡ୍ରାଇଭିଂ ସୁରକ୍ଷା ବ୍ୟବସ୍ଥା ଉପରେ ଗବେଷଣା କରିଛନ୍ତି। ତେବେ ଯାନବାହାନର ବିକାଶରେ କାର୍ଯ୍ୟ କରିଥିବା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେଙ୍ଗ ଜିଗାଙ୍ଗଙ୍କ ଅନୁଯାୟୀ, ଯାତ୍ରୀବାହୀ କାର ପାଇଁ ଚୁମ୍ବକୀୟ ଉତ୍ତୋଳନ ଗ୍ରହଣ କଲେ ଉର୍ଜାର ବ୍ୟବହାର ହ୍ରାସ ହୋଇପାରେ।

ସୂଚନାଯୋଗ୍ୟ ଯେ, ସାଂଘାଇ ଟ୍ରାନ୍ସରେପିଡ୍ ଦୁନିଆର ସର୍ବ ପୁରାତନ ବାଣିଜ୍ୟିକ ମ୍ୟାଗ୍ଲେଭ୍ ଟ୍ରେନ୍ ସିଷ୍ଟମ ମଧ୍ୟରୁ ଅନ୍ୟତମ। ଯାହା ଏବେବି କାର୍ଯ୍ୟକ୍ଷମ ଅଛି। ବର୍ତ୍ତମାନ ଏହା ୪୩୧ କିଲୋମିଟର ବେଗରେ ବିଶ୍ୱର ଦ୍ରୁତତମ ବୈଦ୍ୟୁତିକ ଟ୍ରେନ୍ ବୋଲି କୁହାଯାଉଛି। ତେବେ ଚାଇନାରେ ୬୦୦ କିଲୋମିଟର ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଉନ୍ମୋଚିତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button