ଦେଶ ବିଦେଶ

ନାଗାଲାଣ୍ଡରେ ପ୍ରବଳ ବର୍ଷା ସହ ଭୂସ୍ଖଳନ : ଜଣେ ମୃତ, ଅନେକ ନିଖୋଜ

ନାଗାଲାଣ୍ଡର ଚୁମୌକେଦିମା ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଘଟିଛି। ଅନେକ ଘର ଏବଂ ଜାତୀୟ ରାଜପଥ-୨୯ର ଏକ ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ରହିଛନ୍ତି। ମଙ୍ଗଳବାର ରାତିରେ ଏହି ଅଘଟଣ ଘଟିଥିବା ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି। ଜିଲ୍ଲାର ଫେରିମାରେ ପ୍ରବଳ ବର୍ଷା ହେତୁ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତା କଡ଼ରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଚୁମୌକେଦିମା ଜିଲ୍ଲା ପ୍ରଶାସନ ସ୍ଥିତିର ସମୀକ୍ଷା କରୁଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button