ଦେଶ ବିଦେଶ

ଲାଡେନର ପୁଅକୁ ଏହି ଦେଶରେ ଏଣ୍ଟ୍ରି ବ୍ୟାନ୍, ସୋସିଆଲ ମିଡିଆ ପୋଷ୍ଟ ପରେ ଆକ୍ସନ

ନୂଆଦିଲ୍ଲୀ,୮।୧୦: ଅଲକାଏଦା ନେତା ଓସମା ବିନ୍ ଲାଡେନର ପୁଅ ଉମର ବିନ୍ ଲାଡେନ୍ ଉପରେ ଫ୍ରାନ୍ସର କଟକଣା। ଉମରଙ୍କ ସୋସିଲ ମିଡିଆ ପୋଷ୍ଟ କାରଣରୁ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଛି ଫ୍ରାନ୍ସ। ଏନେଇ ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ମଙ୍ଗଳବାର ନିର୍ଦେଶ ଉପରେ ସାକ୍ଷର କରିଛନ୍ତି। ଉମର ବିନ୍ ଲାଡେନ୍ ୨୦୨୩ ରେ ସୋସିଆଲ ମିଡିଆରେ ଆତଙ୍କବାଦ ସମର୍ଥନରେ ଏକ ପୋଷ୍ଟ କରିଥିଲେ।

ଏହାପରେ ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଉମର ସୁଡାନ୍ ଓ ଆଫାଗିସ୍ତାନରେ ରହିସାରିଛନ୍ତି। ବ୍ରିଟିସ୍ ମହିଳାଙ୍କୁ ବିବାହା କରିବା ପରେ ସେ ଫ୍ରାନ୍ସରେ ରହୁଥିଲେ।

ସାଉଦି ଆରବରେ ଜନ୍ମିତ ଉମର ବିନ୍ ଲାଡେନ୍ ନିଜର ପ୍ରାରମ୍ଭିକ ଜୀବନ ସେଠାରେ ବିତାଇଥିଲେ। ୪୩ ବର୍ଷୀୟ ଉମର ବିନ୍ ଲାଡେନ୍ ସୁଡାନ ଓ ଆଫଗାନିସ୍ତାନରେ ମଧ୍ୟ ରହିସାରିଛନ୍ତି। ଉମର ୧୯ ବର୍ଷରେ ନିଜ ବାପାଙ୍କୁ ଛାଡି ଦେଇଥିଲା ଓ ୨୦୧୬ ରେ ଉତ୍ତର ଫ୍ରନ୍ସର ନରମେଣ୍ଡିରେ ବସବାସ କରିଥିଳେ। ସେଠାରେ ସେ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ଫ୍ରାନ୍ସର ମନ୍ତ୍ରୀ ବ୍ରୁନୋ ରିଟୋଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଉମର ଜଣେ ବ୍ରିଟିସ୍ ମହିଳାଙ୍କ ସ୍ବମୀ ଭାବରେ ରହୁଥିଲେ। ଜଣେ ଆତଙ୍କବାଦୀର ପୁଅ ଭାବରେ ପରିଚିତ ଉମର ସୋସିଆଲ ମିଡିଆରେ ଆତଙ୍କବାଦୀଙ୍କୁ ସମର୍ଥନ କଲା ଭଳି ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାପରେ ତାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button