ସ୍ୱାସ୍ଥ୍ୟ

କ୍ୟାନସରରୁ ବଞ୍ଚାଇବ ଛତୁ

ଆଜିକାଲି ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ। ଭାରତରେ ମିଳୁଥିବା ଖାଦ୍ୟ ସାମଗ୍ରୀ ନିଶ୍ଚିତ ଭାବରେ ଆମ ଶରୀରକୁ କୌଣସି ପ୍ରକାରେ ଲାଭ ଦିଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଛତୁ ବିଷୟରେ କହିବାକୁ ଯାଉଛୁ। ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ୫ ଟି ବଟନ୍ ମଶରୁମ୍ ଅନ୍ତର୍ଭୁକ୍ତ କରନ୍ତି, ତେବେ ଆପଣଙ୍କର ହୃଦରୋଗ ଏବଂ କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିପାରେ। ନିକଟରେ ଛତୁ ଉପରେ ହୋଇଥିବା ରିସର୍ଚ୍ଚରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଦୈନିକ ମାତ୍ର ପାଞ୍ଚଟି ଛୋଟ ଛତୁ ଖାଇବା ଦ୍ୱାରା ହୃଦ୍ ରୋଗ, କର୍କଟ ଏବଂ ଡିମେନ୍ସିଆର ମୁକାବିଲା ହୋଇପାରିବ। ବାସ୍ତବରେ, ଆଣ୍ଟିଅକ୍ସିଡାଣ୍ଟ ଏର୍ଗୋ ଲିଓନ୍ ଏବଂ ଗ୍ଲୁଟାଥିଅନ୍ ଛତୁରେ ପ୍ରଚୁର ପରିମାଣରେ ରହିଥାଏ। ଯାହା ଶରୀରରେ ଥିବା ଫ୍ରି ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରେ।

ଖାଇବା ଦୃଷ୍ଟିକୋଣରୁ ବଟନ୍ ଛତୁ ସବୁଠୁ ଭଲ ବୋଲି କୁହାଯାଏ। ଆଉ ଏଇ ଛତୁ ସବୁ ଜାଗାରେ ସହଜରେ ମିଳି ଯାଉଛି। ଏହା ବ୍ୟତୀତ ଛତୁ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଭିଟାମିନରେ ଭରପୂର। ଏଗୁଡ଼ିକରେ କ୍ୟାଲୋରୀ ମଧ୍ୟ ବହୁତ କମ୍ ପରିମାଣରେ ମିଳିଥାଏ। ମଧୁମେହ ରୋଗୀଙ୍କୁ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ମଧ୍ୟ ଉପଯୋଗୀ ହୋଇପାରିବ। ବଟନ୍ ଛତୁଗୁଡ଼ିକ ଭିଟାମିନ୍ ବି-କମ୍ପେ୍ଲକ୍ସ, ଭିଟାମିନ୍ ଡି, ଏବଂ ପୋଟାସିୟମ୍ ପରି ପୁଷ୍ଟିକର ଏକ ଉତ୍ତମ ଉତ୍ସ। ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button