ଓଡିଶା

ପଙ୍କ କାଦୁଅରେ ଘାଣ୍ଟି ହେଉଛି ଜୀବନ: ରଣସିଂହପୁର ପଞ୍ଚାୟତ ଉପକଣ୍ଠରେ ବିଚ୍ଛିନ୍ନାଞ୍ଚଳର ଭ୍ରମ

ଖଣ୍ଡଗିରି: ରାସ୍ତା ସମସ୍ୟାରୁ ମୁକୁଳି ପାରୁ ନାହାନ୍ତି ଭୁବନ ପ୍ରାଇଡ୍ ଆପାର୍ଟମେଣ୍ଟ ବାସିନ୍ଦା। ରଣସିଂହପୁର ପଞ୍ଚାୟତ ଅଧୀନ ବିଜୁ ପଟ୍ଟନାୟକ ପୁଲିସ ଏକାଡେମି ପଛପାର୍ଶ୍ବରେ ଥିବା ଏହି ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାଜଧାନୀର ଉପକଣ୍ଠ ତଥା ଜାତୀୟ ରାଜପଥଠାରୁ ମାତ୍ର ୨କିଲୋମିଟର ଦୂରତାରେ ଏଭଳି ରାସ୍ତା ବିଚ୍ଛିନ୍ନାଞ୍ଚଳର ଭ୍ରମ ସୃଷ୍ଟି କରୁଛି।

ଗାଡ଼ି ନେଇ ଯିବା ଦୂରର କଥା, ଏହି ବାଟ ଦେଇ ଚାଲିକରି ଯିବାରେ ବି ଅଞ୍ଚଳବାସୀ ଯମଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଛି।

ସୂଚନା ମୁତାବକ, ରଣସିଂହପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏକ କିଲୋମିଟର ଯିବା ପରେ ହନୁମାନ ମନ୍ଦିରର ବାମପାର୍ଶ୍ବରେ ଥିବା ମାଟି ରାସ୍ତାରେ ଗଲେ ଭୁବନପ୍ରାଇଡ୍, ଶୁଭଶ୍ରୀ ଆପାର୍ଟମେଣ୍ଟ ଓ ନାଇନ୍ ଗ୍ରାଣ୍ଡ ଆଭେନ୍ୟୁ ଆଦି ପ୍ରମୁଖ ଆପାର୍ଟମେଣ୍ଟ ପଡ଼େ। ଏଥିସହ ବିଭିନ୍ନ ପ୍ରାଇଭେଟ୍ ଘର ମଧ୍ୟ ରହିଛି। ସମୁଦାୟ ୩୦୦ରୁ ଅଧିକ ପରିବାର ଏହି ରାସ୍ତା ଉପରେ ନିର୍ଭରଶୀଳ। ତେବେ ରାସ୍ତା ଦୁରବସ୍ଥା ଯୋଗୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ନିକଟରେ ଥିବା ଜାତୀୟ ପ୍ରତିଷ୍ଠାନ ଏମ୍ସ୍ର ବହୁ ଡାକ୍ତର ଓ କର୍ମଚାରୀ ଏହି ଅଞ୍ଚଳରେ ମଧ୍ୟ ରହୁଛନ୍ତି। ସେହିପରି ଅଞ୍ଚଳବାସୀଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ଫଳରେ ଖାଲଢିପରେ ଭର୍ତ୍ତି ଏହି ରାସ୍ତାରେ ଯା’ଆସ ସମୟରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ବର୍ଷା ଯୋଗୁ ଖାଲରେ ପାଣି ଭର୍ତ୍ତି ହୋଇ ଗାଡ଼ିଆର ଭ୍ରମ ସୃଷ୍ଟି କରୁଛି। ଏପରିକି ଏହି ରାସ୍ତା ଦେଇ ସ୍କୁଲ ବସ୍ ଆସିପାରୁନଥିବାରୁ ଛୋଟଛୋଟ ପିଲାମାନେ ଏହି ପଙ୍କକାଦୁଅରେ ଚାଲିଚାଲି ଛକ ପର୍ଯ୍ୟନ୍ତ ଯାଉଛନ୍ତି। ରାତି ସମୟରେ ଅସୁବିଧା ଦ୍ବିଗୁଣିତ ହୋଇଯାଉଛି। ଆଲୋକୀକରଣ ହୋଇନଥିବାରୁ ଅନ୍ଧାରରେ ଯା’ଆସ କରିବାକୁ ପଡ଼ୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button