ଓଡିଶା

ଜୀ ସାର୍ଥକର ‘ଦେଖିବା ନିତି ହେବା ଲକ୍ଷପତି’ ମେଗା ୱିନରଙ୍କୁ ମିଳିଲା ଏକ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ

ଭୁବନେଶ୍ଵର: ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଏହା ସହିତ ଦର୍ଶକେ କେମିତି ଉପକୃତ ହୋଇପାରିବେ ତା ଉପରେ ମଧ୍ୟ ଧ୍ୟାନ ରଖଯାଉଛି।

ନିକଟରେ ଜୀ ସାର୍ଥକ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଯାହା ଦର୍ଶକଙ୍କୁ ଦେଇଥିଲା ଲକ୍ଷ ପତି ହେବାର ସୁଯୋଗ।

୨୩ ମାର୍ଚ୍ଚରୁ ୨୫ ମେ ମଧ୍ୟରେ ଆୟୋଜନ ହୋଇଥିଲା ମେଗା କନଟେଷ୍ଟ ‘ଦେଖିବା ନିତି ହେବା ଲକ୍ଷପତି’। ଏହି ପ୍ରତିଯୋଗିତା ମାଧ୍ୟମରେ ଦର୍ଶକେ ଧାରାବାହିକ ପ୍ରସାରିତ ହେଉଥିବା ସମୟରେ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ମିସ୍ଡ କଲ କରି ଦିଆଯାଉଥିବା କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଜିତିଥିଲେ ଅର୍ଥରାଶି। ଏହି ପ୍ରତିଯୋଗିତା ମାଧ୍ୟମରେ ୩୩୬ ଜଣ ବିଜେତାଙ୍କୁ ଦିଆଯାଇଥିଲା ୧୦୦୦ ଟଙ୍କାର ଭାଉଚର।

କହିରଖୁ ଯେ ଅନେକ ପ୍ରତିଯୋଗି ୧୦୦୦ ଟଙ୍କାର ଭାଉଚର ଜିତି ଉପକୃତ ହୋଇସାରିଛନ୍ତି ଏବେ ସମୟ ହୋଇଛି ମେଗା ୱିନରଙ୍କୁ ସମ୍ମାନିତ କରି ଅର୍ଥରାଶୀ ପ୍ରଦାନ କରିବାର ସମୟ। ‘ଦେଖିବା ନିତି ହେବା ଲକ୍ଷପତି’ ପ୍ରତିଯୋଗିତାର ମେଗା ୱିନର ହୋଇ ୧ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ ଜିତିଛନ୍ତି ବଡମ୍ବା , କଟକରୁ ସୁରେଶ କୁମାର ପାତ୍ର। ବିଜେତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉତ୍ସାହ ବଢାଇବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button