ସ୍ୱାସ୍ଥ୍ୟ

ତୁଣ୍ଡ ଘା କାହିଁକି ହୁଏ ?

ପାଟି ଆମ ଜୀବନର ବହୁତ ବଡ ସାଥି ହୋଇଥାଏ କାହିଙ୍କିନା ପାଟି ଦ୍ଵାରା ଆମେ ବହୁତ କିଛି କରିବା ସହ ସବୁଠାରୁ ଆବଶ୍ୟକ କଥା ହେଲା ଖାଦ୍ଯ ଗ୍ରହଣ କରିଥାଉ ଯାହା ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ । ତେବେ କଣ ଆପଣଙ୍କୁ କେବେ ତୁଣ୍ଡ ଘା ହୋଇଛି ଯଦି ହୋଇଛି ତେବେ ଆଜି ଆମେ ଆପଣଙ୍କୁ ଏହାର କାରଣ ଆଉ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ତୁଣ୍ଡ ଅର୍ଥ ଦାନ୍ତ, ଜିଭ ଛାଡି ଦେଲେ ପାଟି ଭିତରେ ଯାହା ଗାଲ ଓ ଓଠ ସହ ଦାନ୍ତ ମଧ୍ୟ ଆସିଥାଏ ସବୁ ତୁଣ୍ଡ ହୋଇଥାଏ ।

ତୁଣ୍ଡ ଘା କଣ ପାଇଁ ହୋଇଥାଏ ?

ତୁଣ୍ଡ ଘା ହବାର ବହୁତ ଗୁଡେ କାରଣ ହୋଇଥାଏ ଯେତେବେଳେ ଜଣଙ୍କ ଶରୀର ରୋଗ ପ୍ରତିରୋଧକ କ୍ଷୟମତା କମିବାକୁ ଲାଗିଥାଏ ସେତେବେଳେ ତୁଣ୍ଡ ଘା ହୋଇପାରେ, ଏହା ଛଡା କିଛି ବିଟାମିନ କମ ହବା କାରଣରୁ ମଧ୍ୟ ତୁଣ୍ଡ ଘା ହୋଇଥାଏ ଏହା ଛଡା କିଛି କଠୋର ଜିନିଷ ରଗଡା ହବା ଦ୍ଵାରା ତୁଣ୍ଡ ଘା ହୋଇପାରେ ନଚେତ ଯେଉଁ ମାନେ ତମବାକୁ ଗୁତକା ଭଳି ଜିନିଷ ସେବନ କରନ୍ତି ତାଙ୍କର କ୍ୟାନ୍ସର ପ୍ରଥମ ସ୍ଟେଜରେ ମଧ୍ୟ ତୁଣ୍ଡ ଘା ହୋଇପାରେ । ତେବେ ଯେଉଁ ମାନେ ସିଗାରେଟ ଓଲଟା କରି ନିଆ ପାଟିରେ ନିଅନ୍ତି ତାଙ୍କୁ ମଧ୍ୟ ତୁଣ୍ଡ ଘା ହୋଇପାରେ ।

ତେବେ ଡକ୍ଟର ପାଖକୁ କେବେ ଯିବା ଉଚିତ ?

ଆପଣ ଯଦି ତମବାକୁ ଗୁତକା ବା ସିଗାରେଟ ଭଳି ଜିନିଷ ସେବନ କରନ୍ତି ଆଉ ଆପଣଙ୍କୁ ତୁଣ୍ଡ ଘା ହୋଇଛି ତେବେ ଆପଣଙ୍କୁ ଶୀଘ୍ର ଡକ୍ଟର ପାଖକୁ ଯାଇ କ୍ୟାନ୍ସର ଚେକପ କରାଇବା ଉଚିତ । ଯଦି ଆପଣ କିଛି ନିଶା ସେବନ କରୁ ନାହାନ୍ତି ତେବେ କିଛି ଦିନ ତରଳ ପଦାର୍ଥ ସେବନ କରନ୍ତୁ ଯଦି ନକମିଳା ତେବେ ଆପଣ ଡକ୍ଟର ପାଖକୁ ଯାଅନ୍ତୁ ।

ଏହାର ଲକ୍ଷଣ କଣ ଅଟେ ?

ଆପଣଙ୍କ ପାଟିରେ ବିନ୍ଧା ଅନୁଭବ ହବ ଆପଣଙ୍କୁ ଜରୁଆ ଜରୁଆ ଅନୁଭବ ହବ । ଏହା ଛଡା ଆପଣଙ୍କ ସେହି ଘା ଉଠିକି ବ୍ରଣ ଭଳି ରହୁଛି ନା ଦାବିକି ରହୁଛି ଏହା ବହୁତ ମହ୍ତ୍ୱ୍ପୂର୍ଣ୍ଣ ହୋଇଥାଏ ଯଦି ଧଳା ହୋଇଛି ତେବେ ଏହା ବାଢୁଛି କି ତାହା ଦେଖିବା ଆବଶ୍ୟକ କାହିଙ୍କିନା ଏହା ବଢିବାର ଅର୍ଥ କ୍ୟାନ୍ସର ହୋଇ ପାରେ ନଚେତ ଅଲ୍ସର ହୋଇପାରେ ସେଥିପାଇଁ ଆପଣଙ୍କୁ ଧ୍ୟାନ ଦବା ଉଚିତ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ଅଟେ ।

ଏହାର ଚିକିତ୍ସା କଣ ?

ଯଦି ଆପଣଙ୍କୁ ତୁଣ୍ଡ ଘା ହୋଇଛି ତେବେ ଆପଣଙ୍କୁ ଦୁଇ ଚାରି ଦିନ ତରଳ ପଦାର୍ଥ ସେବନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ଯଦି ଏହି ଦୁଇ ଚାରି ଦିନ ଭିତରେ ଘା କମିବା ବଦଳରେ ବଢିବାକୁ ଲାଗିଲା ତେବେ ଆପଣଙ୍କୁ ଯେତେ ଶୀଘ୍ର ସେତେ ଶୀଘ୍ର ଯାଇ ଡକ୍ଟର ଦେଖା କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button