ଓଡିଶା

ଭୁଶୁଡ଼ିଲା କାନ୍ଥ; ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର

କାନ୍ଥ ପଡ଼ି ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଇପିଙ୍ଗ ବାଉରୀପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାତିରେ ଅଜା, ଆଈ ସମେତ ୪ବର୍ଷର ନାତି ଘରେ ଶୋଇଥିଲେ। ଏହି ସମୟରେ ମାଟି କାନ୍ଥଟି ସେମାନଙ୍କ ଉପରେ ଭୁଷୁଡି ପଡ଼ିଥିଲା।ପ୍ରଚଣ୍ଡ ଶବ୍ଦ ହେବାରୁ ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ।

ସେମାନଙ୍କ ଉପରେ କାନ୍ଥ ପଡ଼ିଥିବା ଦେଖିଥିଲେ।

ପରେ ଅଜା, ଆଈ ସମେତ ୪ବର୍ଷର ନାତିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁ୍ର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button