ଦେଶ ବିଦେଶ

ଟ୍ରମ୍ପ ସରକାରରେ ମସ୍କଙ୍କ ଏଣ୍ଟ୍ରି, ମିଳିଲା ବଡ଼ ଦାୟିତ୍ୱ

ଡୋନାଲ୍ଟ ଟ୍ରମ୍ପଙ୍କ ସରକାରରେ ହେଲେ ବିଶ୍ୱର ସବୁଠାରୁ ବଡ଼ ଧନୀ ତଥା ଟେସ୍ଲା ମାଲିକ ଏଲୋନ ମସ୍କଙ୍କ ଏଣ୍ଟ୍ରି। ତାଙ୍କୁ ମିଳିଲା ବଡ଼ ଦାୟିତ୍ୱ। କେବଳ ତାଙ୍କୁ ନୁହେଁ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ବିଭାଗର ଦାୟିତ୍ୱ ତୁଲାଇବାକୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ।

୪ ବର୍ଷ ପରେ ପୁଣି ଥରେ ସେ ହ୍ୱାଇଟ୍ ହାଉସରେ କରିଛନ୍ତି ଏଣ୍ଟ୍ରି। ଆସନ୍ତ ବର୍ଷ ଜନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଏହା ପୂର୍ବରୁ ସେ ନିଜ ଟିମ୍ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। କାହାକୁ କେଉଁ ଦାୟିତ୍ୱ ଦେବେ, କିଏ ତାଙ୍କ କ୍ୟାବିନେଟ୍ରେ ସାମିଲ ହେବେ ସେ ନେଇ ଚଳାଇଛନ୍ତି ଅଙ୍କକଷା।

ଅନେକ ବଡ ପଦବୀରେ ନିଯୁକ୍ତି ପରେ ଟ୍ରମ୍ପ ଏବେ ଏଲୋନ୍ ମସ୍କ ଏବଂ ବିବେକ ରାମସ୍ୱାମୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଉଭୟଙ୍କୁ ମିଳିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ। ଏଲୋନ୍ ମସ୍କ ଏବଂ ବିବେକ ରାମସ୍ୱାମୀ ସରକାରୀ ଦକ୍ଷତା ବିଭାଗ (DoGE)ର ମୁଖ୍ୟ ହେବେ। ସୋଶାଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି।

ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ ସମାପ୍ତ କରିବା ଏବଂ ଫେଡେରାଲ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା। କହିବାକୁ ଗଲେ ଅଫିସର ରାଜ୍ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ ଆଶାବାଦୀ ଅଛନ୍ତି।

ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର ସେଭ ଆମେରିକା ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି।

 

 

ସେପଟେ ଏଲୋନ ମସ୍କ ଆମେରିକା କ୍ୟାବିନେଟ୍ରେ ସାମିଲ ହେବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରୀ ଦକ୍ଷତା ବିଭାଗ। ସରକାରୀ ଅର୍ଥ ନଷ୍ଟ କରୁଥିବା ଲୋକଙ୍କୁ ଏହା ସିଧାସଳଖ ବାର୍ତ୍ତା ପଠାଇବ ବୋଲି ସେ କହିଛନ୍ତି। ଆମେରିକାର ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ DoGE କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।

ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଏଲନ୍ ମସ୍କ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ତଥା ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କୁ DoGE ବିଭାଗର ଦାୟିତ୍ୱ ଦିଆଯାଇଛି। ତାଙ୍କର ଅଭିନବ ତଥା ପ୍ରଭାବଶାଳୀ ଚିନ୍ତାଧାରା ପାଇଁ ଜଣାଶୁଣା ଏଲନ୍ ମସ୍କ ଏହି ବିଭାଗରେ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ଉପରେ କାର୍ଯ୍ୟ କରିବେ। ଯାହା ଦ୍ୱାର ସରକାରୀ ସେବାଗୁଡିକ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ବିବେକ ରାମସ୍ୱାମୀ: ତାଙ୍କର ସ୍ୱଚ୍ଛ ଚିନ୍ତାଧାରା ଏବଂ ବ୍ୟବସାୟିକ ଦକ୍ଷତା ପାଇଁ ଜଣାଶୁଣା। ବିବେକ ସରକାରୀ ଖର୍ଚ୍ଚ କାଟ୍ ଏବଂ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ ଉପରେ ଧ୍ୟାନ ଦେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button