ଲୁଣ ଡବା ରେ ରଖି ଦିଅନ୍ତୁ, ଏହି 1 ଜିନିଷ ପଇସା ଗଣି ଗଣି ଥକିଯିବେ
ଏହା ସହ ଘରର ନଜର ଦୋଷ ଦୂର କରିବା ପାଇଁ, ରୋଜଗାର ଥାଇ ବି ଉନ୍ନତି ହେଉ ନ ଥିଲେ, ରୋଗାଗ୍ରସ୍ତ ଥିଲେ ଘରର ମୁଖ୍ୟଦ୍ଵାରର ଡାହାଣ ପଟେ କିଛି ଲୁଣ ନାଲି କପଡା ରେ ବାନ୍ଧି ରଖନ୍ତୁ । ଏହାକୁ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ କରନ୍ତୁ । ଏକ ମାସ ପରେ ସେହି ତିଥିରେ ପୁରୁଣା ଲୁଣକୁ ବଦଳାଇ ନୂଆ ଲୁଣ ରଖନ୍ତୁ । ଏହିପରି କରିଲେ ଘରର ନଜର ଦୋଷ ଦୂର ହେବ ।
ଆର୍ଥିକ କ୍ଷେତ୍ରରେ ସମସ୍ଯାମାନ ଦୂର ହେବ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ, ଅଭାବ ଦୂର କରିବା ପାଇଁ, ସଞ୍ଚୟ ହେଉ ନ ଥିଲେ କାଚ ବା ପ୍ଲାଷ୍ଟିକ ପାତ୍ରରେ କିଛି ଲୁଣ ରଖନ୍ତୁ । ସେଥିରେ କିଛି ଲବଙ୍ଗ ରଖିକି ଆଲମାରି ବା ପଇସା ବାକ୍ସ ରେ ରଖନ୍ତୁ । ବା ଚାଉଳ ଡବା ରେ ରଖନ୍ତୁ । ଏମିତି କରିଲେ ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ନୂତନ ବ୍ୟବସାୟ ପାଇଁ ଉପୋଯୋଗୀ ଅଟେ ।
ଘରେ କେବେ ବି ଲୁଣ ସାରିବା କି ନଷ୍ଟ କରିବା ଉଚିତ ନୁହେଁ । ଲୁଣକୁ ଏଣେତେଣେ ପକାଇବା ଅନୁଚିତ । ଖାଇବା ପରେ ଲୁଣ ବଳିଥିଲେ ତାହା ନ ଫୋପାଡି ପାଣି ରେ ପକାଇବା ଉଚିତ । କାରଣ ଲୁଣ କୁ ନଷ୍ଟ କରିଲେ ରୁଣ ବଢେ । ଲୁଣ କୁ ସର୍ବଦା ସାଇତି କି ରଖିବା ଉଚିତ । ଯେପରି କି ଲୁଣ ସରି ନ ଯାଏ । ଲୁଣ ସରିଗଲେ ମା ଲକ୍ଷ୍ମୀ ଗୃହକୁ ଚାଲି ଯାଇଥାନ୍ତି । ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା ।
ତେଣୁ ଲୁଣ କୁ ସର୍ବଦା ସଞ୍ଚୟ କରି ରଖିବା ଉଚିତ । ଏହା ଦ୍ଵାରା ଆର୍ଥିକ ଅନଟନ ଦେଖାଯାଏ ନାହିଁ କି ଆର୍ଥିକ ଅବସ୍ଥା ଖରାପ ହୁଏ ନାହିଁ ।