ଧର୍ମ

ଧନତେରସ ଦିନ ଘରକୁ ନେଇ ଆସନ୍ତୁ 5ଟି ରୁ କୌଣସି 1 ଜିନିଷ, ଘର ଧନ ସମ୍ପତ୍ତିରେ ଭରିଯିବ

ନମସ୍କାର ବନ୍ଧୁଗଣ ତେବେ ଭାରତରେ ଏବଂ ବିଦେଶରେ ମଧ୍ୟ ଦୀପାବଳୀର ପର୍ବ ବଡ ଧୂମଧାମ ରେ ପାଳନ କରାଯାଏ । ଏହାକୁ ଦୀପ ଉତ୍ସବ ମଧ୍ୟ କୁହାଯାଏ ଦୀପାବଳୀ ରେ ମୁଖ୍ୟତଃ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ସହ ମା କାଳୀ, କୁବେର ଏବଂ ଧନ୍ତତ୍ୱରି ଭଗବାନଙ୍କର ପୂଜା ମଧ୍ୟ କରାଯାଏ । ପୌରାଣିକ କଥା ଅନୁସାରେ ଏହିଦିନ ବଳିଙ୍କ ଶକ୍ତିଙ୍କୁ ଦେବତା ମାନଙ୍କୁ ମୁକ୍ତି ମିଳିଥିଲା ବିଷ୍ଣୁ ଭଗବାନ ବାମନ ରୂପ ଧାରଣ କରି ଶୁକ୍ରଚର୍ଯ୍ୟ ଙ୍କ ଚତୁରତା କୁ ଅଭିଭୂତ କରି ବଳିଙ୍କ ଠାରୁ ଦାନ ମାଗିନେଇଥିଲେ । ବଳି ଯେତିକି ଧନ ଦୌଲତ ଦେବତାଙ୍କ ଠାରୁ ନେଇଥିଲେ ଏହି ଦିନ ତାହାର ଅନେକ ଗୁଣ ଦେବତାଙ୍କୁ ମିଳିଗଲା ।

ଏହି ଉପଲକ୍ଷେ ଧନ ତେରସ ପର୍ବ ପାଳନ କରାଯାଏ । ଦୀପାବଳୀ କୁ ମା ଲକ୍ଷ୍ମୀଙ୍କ ଆରାଧନା ର ଦିନ ବୋଲି ମାନାଯାଏଁ । ଯେମିତି ମା ଲକ୍ଷ୍ମୀ ସାଗର ମନ୍ଥନ ରୁ ଉତ୍ପନ ହୋଇଥିଲେ ଠିକ ସେହିପରି ଭଗବାନ ଧନ୍ତତ୍ୱରି ମଧ୍ୟ ସାଗର ମନ୍ଥନ ରୁ ଅମୃତ କଳସ ସହ ପ୍ରକଟ ହୋଇଥିଲେ । କାର୍ତ୍ତିକ ମାସର ଏହି ତିଥିରେ ଭଗବାନ ଧନ୍ତତ୍ୱରି ଜନ୍ମ ହୋଇଥିଲେ ତେଣୁ ଏହିଦିନକୁ ଧନତେରସ ରୂପରେ ପାଳନ କରାଯାଏ । ତେବେ କୁହାଯାଏ ଧନ୍ତତ୍ଵରି ଭଗବାନ ସାଥିରେ କଳସ ଧରି ଜନ୍ମ ନେଇଥିଲେ ସେଥିପାଇଁ ଏହି ଦିନ ସୁନା,ରୁପା, ତମ୍ଭା ଆଦିର ବାସନ କିଣିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ଏଥି ସହିତ ଏହି ଦିନ ପୌରାଣିକ କଥା ଅନୁଯାୟୀ ଅଳଙ୍କାର ଏବଂ ଆଭୂଷଣ ମଧ୍ୟ କିଣାଯାଇଥାଏ । ଶୁଭ, ସମୃଦ୍ଧି କୁ ବୃଦ୍ଧି କରିବା ପାଇଁ ଅନେକ ଜିନିଷ କିଣାଯାଇଥାଏ । ଏହି ଦିନ ମାତା ଲକ୍ଷ୍ମୀ, ଗଣେଶ ଜୀଙ୍କ ପ୍ରସନ୍ନ କରିବା ପାଇଁ କିଛି ଏହିପରି ଜିଣିଷ କିଣାଯାଇଥାଏ । କିନ୍ତୁ ଏହି ଶାସ୍ତ୍ର ଅନୁଯାୟୀ କିଛି ଏମିତି ଜିନିଷ ମଧ୍ୟ ଅଛି ଯାହାକୁ କିଣିବା ଦ୍ୱାରା ଅଶୁଭ ହୋଇଥାଏ । ଏହିପରି ଜିଣିଷ କିଣି ଭୁଲ କରିବା ଦ୍ୱାରା ଅନେକ ଦୁଃଖ କଷ୍ଟ ଏବଂ ଆର୍ଥିକ ସମସ୍ୟା କୁ ସାମ୍ନା କରିବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ ଜଣେଇବୁ ଏହି ଦିନ ଏମିତି କେଉଁ ଜିଣିଷ କିଣିବାରୁ ବଞ୍ଚିବା ଉଚିତ ।

ତେବେ ଏହି ଦିନ ଷ୍ଟିଲ ଜିଣିଷ କିଣନ୍ତୁ ନାହିଁ କାରଣ ଷ୍ଟିଲ ସୁଦ୍ଧ ଧାତୁ ହୋଇନଥାଏ | ଏଥିରେ ରାହୁ ବାସ କରନ୍ତି, ରାହୁ ପ୍ରଭାବ ରୁ ଧନ ଉପରେ ପ୍ରଭାବ ପଡିଥାଏ ତେଣୁ ଏହି ଦିନ ଷ୍ଟିଲ ଜିଣିଷ ଆଣନ୍ତୁ ନାହିଁ |ଏହି ପ୍ରକାରରେ ଲୁହା ରେ ଶନିଦେବ ଙ୍କ ବାସ ହୋଇଥାଏ ତେଣୁ ଲୁହ ମଧ୍ୟ କିଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଆଲୁମିନିୟମ ରେ ମଧ୍ୟ ରାହୁ ଙ୍କର ବାସ ହୋଇଥାଏ ତେଣୁ ଏହି ଧାତୁ କିଣିବାରୁ ବଞ୍ଚନ୍ତୁ |ପ୍ରକୃତିକ ଜିଣିଷ କିଣିବା ଉଚିତ ମଣିଷ ତିଆରି ଜିଣିଷ କେବଳ ପିତଳ ଧାତୁ କିଣିବା ଉଚିତ | ଏହା ଦ୍ୱାରା ଦୁର୍ଭାଗ୍ୟ ଆପଣଙ୍କ ଉପରେ ପ୍ରଭାବ ପକେଇପାରେ ଏହି ଦିନ ଭୁଲ ରେ କିଣିକି ଆଣନ୍ତୁ ନାହିଁ ବହୁତ ଅନିଷ୍ଟ ହୋଇଥାଏ ।

ଏହି ଖାଲି ବାସନ ଘରକୁ ଆଣନ୍ତୁ ନାହିଁ ଅଶୁଭ ହୋଇଥାଏ । ଏହି ଦିନ ଛୁରୀ, ଖଣ୍ଡା କଇଁଚି ଆଦି ଧାର ଜାତୀୟ ଜିଣିଷ କିଣିବା ଉଚିତ ନୁହେଁ । ମନେ ରଖନ୍ତୁ ଏହି ଦିନ ପ୍ଲାଷ୍ଟିକ ଜିନିଷ କିଣିବାରୁ ବଞ୍ଚନ୍ତୁ ଏହା ଆପଣଙ୍କ ସମୃଦ୍ଧି କୁ ରୋକିଥାଏ । ଏହି ଦିନ କାଚ ରେ ନିର୍ମିତ ଜିନିଷ କିଣିବା ଉଚିତ ନୁହେଁ କାରଣ କାଚ ରେ ମଧ୍ୟ ରାହୁ ଙ୍କ ବାସ ହୋଇଥାଏ । ଚାଇନା ମାଟି ରେ ତିଆରି ଜିଣିଷ ଏବଂ କାଚ ଜିନିଷ ବ୍ୟବହାର କରିବା ଅଶୁଭ ହୋଇଥାଏ ।

ଏହି ଦିନ କଳା ରଙ୍ଗ ର କୋୖଣସି ଜିଣିଷ କିଣନ୍ତୁ ନାହିଁ । ଧନତେରସ ଦିନ ଅଶୁଦ୍ଧ କିମ୍ଵା ମିଶ୍ରିତ ଜିଣିଷ କିଣନ୍ତୁ ନାହିଁ ଅତ୍ୟନ୍ତ ଅଶୁଭ ହୋଇଥାଏ । ଅଶୁଦ୍ଧ ତେଲ ରେ ଦୀପ ଜାଳାନ୍ତୁ ନାହିଁ । ତେବେ ଝାଡୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତେଣୁ ଧନତେରସ ଦିନ ଘରକୁ ଝାଡୁ ଆଣିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ । ଘରର ସମସ୍ତ ନକାରାତ୍ମକ ଉର୍ଜା କୁ ମଧ୍ୟ ଦୂର କରିଥାଏ । ଏହି ଦିନ ସୁନା ରୁପା କିମ୍ବା ଅସଲି ଧାତୁ ରେ ନିର୍ମିତ ଜିନିଷ ଘରକୁ ଆଣନ୍ତୁ ଏହା ଦ୍ୱାରା ଧନ ଦୌଲତ ବଢ଼ିଯାଏ । ଧନତେରସ ଦିନ ଝାଡୁ, ଦିପ, ଧନିଆ, ପାଦ ଚି଼ହ୍ନ କିଣିବା ଶୁଭ ହୋଇଥାଏ । ମାଟି ହାଣ୍ଡି ଆଣିଲେ ମଧ୍ୟ ଶୁଭ ।

Related Articles

Leave a Reply

Your email address will not be published. Required fields are marked *

Back to top button