ଧର୍ମ

ରାତିରେ ଶୋଇବା ପୁର୍ବରୁ ଝାଡୁକୁ ଓଲଟା କରି ରଖି ଦିଅନ୍ତୁ, ଦେବୀ ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଧନଭଣ୍ଡାର ପୁରି ଉଠିବ

ଝାଡୁ ଏକ ସାମାନ୍ୟ ବସ୍ତୁ ଅଟେ। କିନ୍ତୁ ଶାସ୍ତ୍ରରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଛି। ଝାଡୁ ଦ୍ଵାରା ଘରୁ ସବୁ ଅଳିଆ ଆବର୍ଜନା ସଫା ହେବା ସହିତ ସମସ୍ତ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇ ଯାଇଥାଏ। ଯଦି ଆପଣ ଝାଡୁ କିଣିବା ପାଇଁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଅତ୍ୟନ୍ତ ଶୁଭ ଅଟେ। ଶନିବାର ଦିନ ନୂଆ ଝାଡ଼ୁରେ ଘର ସଫା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଘରର ପଶ୍ଚିମ ଦିଗରେ ଝାଡ଼ୁ ରଖନ୍ତୁ। ଯଦି ଆପଣ ନୂଆ ଝାଡୁ କିଣୁଛନ୍ତି, ତାହେଲେ ଗୋଟେ ଧଳା ରଙ୍ଗର ସୂତା ବାନ୍ଧି ଦିଅନ୍ତୁ। ଝାଡୁ ଦେହରେ ପାଦ ବାଜିଗଲେ, ନିଶ୍ଚିତ ଭାବରେ ପ୍ରମାଣ କରନ୍ତୁ। ନଚେତ ଏହା ଝାଡୁର ଅପମାନ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯେପରି ଘରେ ଧନସମ୍ପତ୍ତିକୁ କୌଣସି ସୁରକ୍ଷିତ ସ୍ଥାନରେ ରଖା ଯାଏ, ସେହିପରି ଝାଡ଼ୁକୁ ମଧ୍ୟ କୌଣସି ସ୍ଥାନରେ ଲୁଚାଇ ରଖନ୍ତୁ, ଯେପରି ଅନ୍ୟମାନଙ୍କର ନଜର ଝାଡୁ ଉପରେ ପଡ଼ିବ ନାହିଁ।

 

ଘରେ ଝାଡୁ ରଖିବା ସମୟରେ ଧ୍ୟାନ ରଖନ୍ତୁ କି, ଝାଡୁକୁ କେବେବି ଛିଡା କରି ରଖନ୍ତୁ ନାହିଁ। ଏହାକୁ ସର୍ବଦା ଶୁଆଇ ରଖନ୍ତୁ। ଏହାସହିତ ପୁରୁଣା ଝାଡ଼ୁକୁ ସୋମବାର, ବୁଧବାର ଦିନ ବାହାରେ ଫିଙ୍ଗି ପାରିବେ। ଘରର ମୁଖ୍ୟ ଫାଟକ ଭିତରକୁ ଗୋଟେ ଛୋଟ ଝାଡୁ ଟାଙ୍ଗି କରି ରଖନ୍ତୁ। ଏଭଳି କରିବା ଦ୍ଵାରା ରାତିରେ ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରି ପାରେ ନାହିଁ।

ଆପଣଙ୍କୁ କହି ରଖୁଛୁ କି ଝାଡ଼ୁକୁ ଶନିବାର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ କେବେବି ଶୁକ୍ଳପକ୍ଷ, ପୂର୍ଣ୍ଣିମା, ଅମାବାସ୍ୟା ଆଦିରେ ଝାଡୁ କିଣନ୍ତୁ ନାହିଁ। ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ। ଶନିବାର ଓ ଗୁରୁବାର ଦିନ ଭୁଲରେ ମଧ୍ୟରେ ଘରୁ ବାହାରକୁ ଝାଡୁ କାଢନ୍ତୁ ନାହିଁ। ରୋଷେଇ ଘରେ କେବେବି ଝାଡୁ ରଖନ୍ତୁ ନାହିଁ, ଏହା ବାସ୍ତୁ ଦୋଷର କାରଣ ହୋଇଥାଏ। କେବେବି କୌଣସି ପଶୁପକ୍ଷୀ ମାନଙ୍କୁ ଝାଡ଼ୁରେ ପିଟିବା ଉଚିତ ନୁହେଁ, ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଓ ଘରୁ ପଳାଇ ଥାଆନ୍ତି। ଘରୁ କୌଣସି ସଦସ୍ୟା କାର୍ଯ୍ୟରେ ବାହାରକୁ ଯିବା ସମୟରେ ଝାଡୁ ଦେଖି ଯିବା ଅନୁଚିତ। ଏହାଦ୍ବାରା କାର୍ଯ୍ୟ ଅସଫଳ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button