ଧର୍ମ

Vastu Shastra – ଘରେ ଏଇଠି ଲଗାନ୍ତୁ ସ୍ୱେତ ଅରଖ ଗଛ ବର୍ଷା ହେବ ଖାଲି ଟଙ୍କା ପଇସା

ପ୍ରାଣୀ ଜଗତ ପାଇଁ ବୃକ୍ଷ ଏକ ମୂଲ୍ୟବାନ ଅଂଶ । ଏହା ପରିବେଶ ର ସନ୍ତୁଳନ କୁ ବଜାୟ ରଖେ । ବୃକ୍ଷ ଯୋଗୁଁ ଆଜି ଆମେ ମାନେ ଆରାମରେ ଜୀବନ ବିତାଉଛୁ । ପ୍ରାକୃତିକ ସମସ୍ତ ବୃକ୍ଷ ଓ ଗଛଲତା ମନୁଷ୍ୟ ମାନଙ୍କ ର କଲ୍ୟାଣ ପାଇଁ ହୋଇଥାଏ । ବିଭିନ୍ନ ପ୍ରକାର ଗଛ କୁ ଆମ୍ଭେମାନେ ଔଷଧ ରୂପେ ବ୍ୟବହାର କରିଥାଉ। ବିଭିନ୍ନ ରୋଗ ପାଇଁ ଆୟୁରର୍ବେଦ ରେ ବିଭିନ୍ନ ଗଛ ର ଉଲ୍ଲେଖ ରହିଛି। ଗଛ ର ଛାଲ, ଚେର, ଡାଳ,ପତ୍ର, ଓ ଫଳ କୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ । ଘର, ଅଫିସ, କାରଖାନା, ଆଦିର ବାସ୍ତୁ ଦୋଷ ଦୂର କରିବା ପାଇଁ ଗଛ ର ବ୍ୟବହାର କରାଯାଏ।

ଏଥି ମଧ୍ୟରୁ ସ୍ଵେତ ଅରଖ ଗଛ ଅନ୍ୟତମ । ଆମେମାନେ ସମସ୍ତ ଶୁଭ କାମରେ ପ୍ରଥମେ ଶ୍ରୀ ଗଣେଶ ଙ୍କ ପୂଜା କରିଥାଉ । ସବୁ କାମ ର ଶୁଭାରମ୍ଭ ପ୍ରଭୁ ବିଘ୍ନଦାତା ଶ୍ରୀ ଗଣେଶ ଙ୍କ ପୂଜା କରିଥାଉ। ଏକ ଗଛ ଅଛି ଯାହା ଶ୍ରୀ ଗଣେଶ ଙ୍କ ସହ ସମାନ ଯେଉଁଥିରେ ସେ ବାସ କରନ୍ତି । ସେହି ଗଛ ଟି ହେଉଛି ସ୍ୱେତ ଅରଖ । ଏହି ଅରଖ ୨ ପ୍ରକାର ର ଗୋଟିଏ ହେଉଛି ଧଳା ଅରଖ ଓ ଅନ୍ୟଟି ବାଇଗଣୀ ଅରଖ।

 

ଧଳା ରଙ୍ଗର ଅରଖ ରେ ପ୍ରଭୁ ଗଣେଷ ବାସ କରନ୍ତି । ଏହି ଅରଖ ଗଛ ର ପୂଜା ଶ୍ରୀ ଗଣେଶ ଙ୍କ ପୂଜା ସହ ସମାନ । ଏହି ଧଳା ରଙ୍ଗର ଅରଖ ଶିବ,ଦେବୀ, ଓ ଗଣେଶ ଙ୍କ ପ୍ରିୟ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି ଏହି ଅରଖ ଗଛ ର ମୂଳରେ ପାଣି, ଓ କ୍ଷୀର ୧୧ ବର୍ଷ ଯାଏଁ ଅର୍ପଣ କରି ପୂଜା କରନ୍ତି ତାହା ଶ୍ରୀ ଗଣେଶ ଙ୍କ ଆକୃତି ଧାରଣ କରେ। ଏହି ଗଣେଶ ଙ୍କ ଆକୃତି କୁ ଲୋକମାନେ ତାଡି ଘରେ ରଖନ୍ତି। ଏହି ଗଛ ଯଦି ଆପଣ ଙ୍କ ଘର, ଅଫିସ, ଦୋକାନ ଆଗରେ ଥାଏ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

 

ସମସ୍ତ ପ୍ରକାର ଦୁଃଖ କଷ୍ଟ ରୁ ମୁକ୍ତି ମିଳେ। ଧନ ପ୍ରାପ୍ତି ହୋଇଥାଏ। ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନହର୍ତା ଏଣୁ ଘରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ । ଘର ଉପରେ ପଡ଼ୁଥିବା ନକରାତ୍ମକ ଶକ୍ତି କୁ ବିତାଡିତ କରେ ଓ ଘରକୁ ସକାରାତ୍ମକ ଶକ୍ତି ର ଉର୍ଜା ଖେଲାଳାଇ ଦିଏ । ଘରକୁ ସମସ୍ତ ବାଧା ବିଘ୍ନ ରୁ ରକ୍ଷା କରେ। ଘରକୁ ସକାରାତ୍ମକ ଶକ୍ତି ର ଉର୍ଜା ପ୍ରବେଶ କରିବା ସହ ସିଦ୍ଧିବୁଦ୍ଧି ଆସିଥାଏ ଯାହା ଫଳରେ ଲୋକ ଟି ସଫଳତା ହାସଲ କରିଥାଏ। ବିଦ୍ୱାନ ହୋଇଥାଏ।

 

ଏହି ସ୍ୱେତ ଅରଖ କୁ ସ୍ଥାପନ କରିବା ଦ୍ୱାରା ଘର , ଅଫିସ, କାରଖାନା ଆଦି ର ବାସ୍ତୁ ଦୋଷ ଦୂର ହୋଇଥାଏ। ଯାହା ଫଳରେ ଧନ ଓ ସଫଳତା ର ଅଭାବ ଦେଖା ଦେଇନଥାଏ । ଯେଉଁ ପରିବାର ର କୌଣସି ସଦସ୍ୟ ଯାନବାହାନ ଚଳାଉଛନ୍ତି ବା ସୈନ୍ୟ ବିଭାଗ ରେ ଅଛନ୍ତି ସେହି ପରିବାର ର ଲୋକମାନେ ଏହି ସ୍ଵେତ ଅରଖ ଗଛ ର ପୂଜା କରିବା ଦରକାର। ଯାହା ଫଳରେ ସମସ୍ତ ଦୁର୍ଘଟଣା ଟଳିଯାଏ ଓ ବିଜୟ ହାସଲ କରନ୍ତି ।

 

ଜଳ ଭୟ, ଅଗ୍ନି ଭୟ, ବିବାଦ ଭୟ, ବିଷାଦ ଭୟ, ଅରଣ୍ୟ ଭୟ, ମଶାଣି ଭୟ ଆଦି ଦେଖା ଦେଇନଥାଏ । ଏହା ଆପଣଙ୍କୁ ଗୁଣୀ, ଗାରେଡ଼ି , ତନ୍ତ୍ର ମନ୍ତ୍ର ଆଦି ରୁ ଦୂରେଇ ଦେବ। ଯାହା ର ପ୍ରଭାବ ଆପଣଙ୍କ ଉପରେ କିଛି କାଟୁ କରିବ ନାହିଁ। ବୈବାହିକ ସମ୍ପର୍କ ରେ ମାମନ ମାଳିନ୍ୟ, ପିତା ପୁତ୍ର ମଧ୍ୟ ରେ ଝଗଡ଼ା, ଭାଇ ଭାଇ ମଧ୍ୟ ରେ ଲଢେଇ ଆଦି ସମସ୍ୟା ଦୂର ହେଇଯାଏ ।

 

ବାସ୍ତୁ ଦୋଷ ଜନିତ ଯଦି କୌଣସି ଘର ତିଆରି ହୋଇପାରୁନି ତ ତାର ପାର୍ଶ୍ଵ ରେ ଅରଖ ଗଛ ଲଗାନ୍ତୁ ଓ ପୂଜା କରନ୍ତୁ ଯାହା ସମସ୍ତ ବାସ୍ତୁ ଦୋଷ କୁ କାଟିଦେବ।। ଧନ ରହୁନଥିଲେ ମଧ୍ୟ ଏହା ର ସଞ୍ଚୟ ଆରମ୍ଭ ହୋଇଯାଏ । ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ଏହି ସ୍ୱେତ ଅରଖ କୁ ଘର ର ମୁଖ୍ୟ ଦ୍ଵାର ବା ଚଉରା ମୂଳରେ ରଖିବା ଭଲ ନ ହେଲେ ଏହାକୁ ଘର ର ପୂର୍ବ ଦିଗରେ, ଉତ୍ତର ଦିଗ, ପୂର୍ବ ଉତ୍ତର କିମ୍ବା ଐଶାନ୍ୟ କୋଣ ରେ ରଖିବା ଭଲ । ଏହାକୁ ମଧ୍ୟ ଆପଣଙ୍କ ଛାତ ଉପରେ ରଖି ପୂଜା କରିବା ଭଲ।

Related Articles

Leave a Reply

Your email address will not be published. Required fields are marked *

Back to top button