ଦେଶ ବିଦେଶ

ଦ୍ରୁତଗତିରେ ଆସି ମହିଳାଙ୍କ ଉପରେ ଚଢ଼ିଗଲା କାର୍‌, ଚଳାଉଥିଲେ ନାବାଳକ: ଦେଖନ୍ତୁ ଭିଡିଓ

ସାମ୍ନାକୁ ଆସିଛି ଭୟଙ୍କର ଘଟଣାର ଛାତି ଥରା ଭିଡିଓ। ରାସ୍ତାର ବାମ ପାର୍ଶ୍ୱରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କ ଜୀବନ ନେଇ ଯାଇଛି ଦ୍ରୁତଗାମୀ କାର। ମହିଳା ଜଣଙ୍କ ଚାଲି ଚାଲି କାମକୁ ଯାଉଥିବା ବେଳେ ପଛ ପଟୁ ଗୋଟିଏ ଦ୍ରୁତଗାମୀ କାର ତାଙ୍କ ଉପରେ ମାଡ଼ି ଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।

ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ସେହିପରି ଗାଡ଼ିଟିକୁ ଜଣେ ନାବାଳକ ଚଳାଉଥିବା ଜଣାପଡ଼ିବା ପରେ ପୁଲିସ୍ ତାଙ୍କୁ ହେପାଜତକୁ ନେଇଛି।

ଗ୍ରେଟର ନୋଏଡାର ବିସରଖରୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ରାସ୍ତାର ବାମ ପାର୍ଶ୍ୱରେ ସ୍ୱାଭାବିକ ଢଙ୍ଗରେ ଚାଲିଚାଲି ଯାଉଛନ୍ତି। ଏହି ସମୟରେ ଗୋଟିଏ ନାଲି ରଙ୍ଗର ଏସ୍ୟୁଭି ଦ୍ରୁତଗତିରେ କିଛି ଦୂରରୁ ଆସୁଛି। ପ୍ରଥମେ ଗାଡ଼ିଟି ଗୋଟିଏ ଟ୍ରାକ୍ଟରକୁ ଓଭର ଟେକ କରିଥିଲା।

ଓଭର ଟେକ କରିବା ବେଳେ କାର ଚଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ରାସ୍ତାର ବାମ ପଟୁ ମୋଡ଼ି ହୋଇଯାଇଥିଲା। ଏଥିସହ ଚାଲିଚାଲି ଯାଉଥିବା ମହିଳାଙ୍କୁ ପଛ ପଟୁ ଅତ୍ୟନ୍ତ କ୍ଷୀପ୍ର ଗତିରେ ଧକ୍କା ଦେଇଥିଲା। ଗାଡ଼ି ସହ ମହିଳା ଜଣଙ୍କ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିର ସାମ୍ନା ପଟ ପୂରା ଛିନଛତ୍ର ହୋଇଯାଇଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button