ଅନିୟମିତ ଋତୁସ୍ରାବକୁ ନିୟମିତ କରିବାକୁ ଚାହୁଁଥିଲେ ଏହି ଘରୋଇ ଉପାୟ ନିଶ୍ଚୟ ଆପଣେଇ ଦେଖନ୍ତୁ
ମହିଳାଙ୍କ ଠାରେ ଋତୁସ୍ରାବରେ ଅନିୟମିତତା ଦେଖା ଦେବା ଏକ ସାଧାରଣ ସମସ୍ଯା । କିନ୍ତୁ ଯେତେବେଳେ ପ୍ରଥମ କରି ଏହା ଆରମ୍ଭ ହୁଏ ଅନେକଙ୍କ କ୍ଷେତ୍ରରେ ଏହା ନିୟମିତ ହୋଇ ନଥାଏ । କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ଏହା ଅନିୟମିତ ରୁହେ ତେବେ ଏହା ଭବିଷ୍ୟତରେ ସମସ୍ଯା କରାଇପାରେ । ଏହା ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆଜି ଆମେ ଏହି ସମସ୍ୟାର ସମାଧାନ ପାଇଁ ଏକ ଆୟୁର୍ବେଦିକ ଘରୋଇ ଉପଚାର ନେଇ ଆସିଛୁ ।
ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ଡାଲଚିନି ଗୁଣ୍ଡ । ଡାଲଚିନିରେ ଅନେକ ଔଷଧୀୟ ଗୁଣ ରହିଛି ଓ ଏହା ଆମ ଶରୀରରୁ ଗରମ ରଖିଥାଏ । ଏହା ଆପଣଙ୍କ ପିରିୟଡକୁ ରେଗୁଲାର କରିବାରେ ସାହାଯ୍ୟ କରିପାରେ । ଆପଣ ଡାଲଚିନି ଚାହା ବନେଇ ମଧ୍ୟ ସେବନ କରିପାରିବେ । ଏକ ପାତ୍ରରେ ଗୋଟିଏ କପ୍ ପାଣି ଗରମ କରନ୍ତୁ ଓ ସେଥିରେ ଅଧାଚାମୁଚ ଡାଲଚିନି ଗୁଣ୍ଡ ମିଶାନ୍ତୁ ।
ଏବେ ସେଥିରେ ଅଧାଚାମୁଚ ଚାହାପତି ମିଶାନ୍ତି ଓ ଏହାକୁ ୩ରୁ ୭ମିନିଟ ଭଲ ଭାବେ ଫୁଟାନ୍ତୁ । ତା’ପରେ ଏହାକୁ ଛାଣି ଏଥିରେ କିଛି ଚିନି କିମ୍ବା ମହୁ ମିଶାଇ କିଛିଦିନ ପର୍ଯ୍ୟନ୍ତ ଚାହା ଭଳି ପିଅନ୍ତୁ ନିଶ୍ଚୟ ସୁଫଳ ମିଳିବ । ସେହିପରି ହଳଦୀ ମଧ୍ୟ ଅନୈୟମିତ ମାସିକ ଧର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ହଳଦୀ ମଧ୍ୟ ଆମ ଶରୀରରେ ଗରମ ଉତ୍ପନ୍ନ କରିଥାଏ ଓ ଏହା ଆମ ହରମୋନ ଓ ଋତୁସ୍ରାବକୁ ନିୟମିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ଉଷୁମ କ୍ଷୀରରେ ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ମିଶାନ୍ତୁ ଓ ତା;ପରେ ସେଥିରେ ଅଳ୍ପ ଗୁଡ କିମ୍ବା ମହୁ ମିଶାନ୍ତୁ । ଯେତେଦିନ ଯାଏଁ ଆପଣଙ୍କର ଏହି ସମସ୍ଯା ଭଲ ନହୋଇଛି ଆପଣ ଏହି ହଳଦୀ କ୍ଷୀରର ସେବନ କରିପାରିବେ । ଏହା ଶରୀର ପାଇଁ ଖୁବ ଉପଯୋଗୀ ଓ ଋତୁସ୍ରାବ ସମୟରେ ମଧ୍ୟ ପେଟ ଯନ୍ତ୍ରଣାରୁ ରକ୍ଷା କରିଥାଏ ।
ଅଦା ମଧ୍ୟ ଆପଣଙ୍କ ଋତୁସ୍ରାବ ଜନିତ ସମସ୍ଯା ଦୂର କରିବାରେ ଖୁବ ଉପଯୋଗୀ ଅଟେ । ଅଦା ମଧ୍ୟ ଋତୁସ୍ରାବ ବେଳେ ହେଉଥିବା ଯନ୍ତ୍ରଣାକୁ କମ୍ କରି ଦେଇଥାଏ । ଏକ ଛୋଟ ଖଣ୍ଡ ଅଦା ନେଇ ଏହାକୁ ଭଲ ଭାବେ ଛେଚି ଦିଅନ୍ତୁ । ଏବେ ଏକ ପ୍ୟାନରେ ପାଣି ଗରମ କରି ସେଥିରେ ଏହି ଛେଚା ଅଦାକୁ ପକାନ୍ତୁ ଓ ଅଧା ଚାମୁଚ ଚିନି ମିଶାଇ ଭଲ ଭାବେ ଫୁଟାନ୍ତୁ ।ଏବେ ଏହି ପାନୀୟକୁ ଛାଣି ଖାଦ୍ଯ ଖାଇବାର କିଛି ସମୟ ପରେ ପିଅନ୍ତୁ । ଏହି ପାନୀୟକୁ ଆପଣ ଦିନରେ ତିନିଥର ପିଇ ପାରିବେ । ଅତିକମରେ ଏକ ମାସ ପର୍ଯ୍ୟନ୍ତ ଏହି ପାନୀୟକୁ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଅନିୟମିତ ଋତୁସ୍ରାବ ସମସ୍ଯା ଶୀଘ୍ର ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ