ଦେଶ ବିଦେଶ

ଜୁନ୍ ୨୫: ସମ୍ୱିଧାନ ହତ୍ୟାକାରୀ ଦିବସ

ପ୍ରତିବର୍ଷ ଜୁନ୍ ୨୫କୁ ଏଣିକି ସମ୍ୱିଧାନ ହତ୍ୟାକାରୀ ଦିବସ ଭାବେ ପାଳନ କରାଯିବ। ଏ ନେଇ କେନ୍ଦ୍ର ସରକାର ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ୧୯୭୫ ମସିହା ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଥିଲା। ଆଉ ଏହି ଦିନକୁ କଳା ଦିବସ ଭାବେ ସ୍ମରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନୋଟିଫିକେସନ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ମନୋବୃତ୍ତି ଲାଗି ଭାରତୀୟ ଗଣତନ୍ତ୍ର ଉପରେ ପ୍ରଚଣ୍ଡ ପ୍ରହାର ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ବିନା ଦୋଷରେ ଜେଲରେ ଠୁଙ୍କି ଦିଆଯାଇଥିଲା। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା। ୧୯୭୫ ଜରୁରୀକାଳୀନ ପରିସ୍ଥିତିରେ ଅମାନବୀୟତାକୁ ମନେ ପକାଇବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button