ଓଡିଶା
ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ, ମିକ୍ସଚର ଦୋକାନରେ ଲାଗିଲା ନିଆଁ

ଭୁବନେଶ୍ବର : ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ । ମିକ୍ସଚର ଦୋକାନରେ ନିଆଁ ଲାଗି ଭିତର ସମ୍ପୂର୍ଣ୍ଣ ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପରିବେଶ ଧୁଆଁମୟ ହୋଇଯାଇଛି । ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ଭୟବୀତ ଅବସ୍ଥାରେ ରହିଛନ୍ତି ।