ସ୍ୱାସ୍ଥ୍ୟ

ଛୋଟ ପିଲାଙ୍କ ପାଇଁ ବିପଦ – ସ୍ମାର୍ଟଫୋନ୍ ନିଶାଘରେ ଛୋଟ ପିଲା ଥିଲେ ନିଶ୍ଚୟ ଦେଖନ୍ତୁ

ଆଜିର ଦିନରେ ମୋବାଇଲ ଫୋନ ଦୈନନ୍ଦିନ ଜୀବନରେ ଏକ ନେସେସେରୀ ଅଙ୍ଗ ପାଲଟି ଗଲାଣି । ପ୍ରତ୍ୟେକ ଜିନିଷର କିଛି ନା କିଛି ଏଡଭାଣ୍ଟେଜ ଓ ଡିସଏଡଭାଣ୍ଟେଜ ରହିଥାଏ , ଯାହା ଆମ ଶରୀର ପାଇଁ ଇଭେକ୍ଟିଭ ହୋଇଥାଏ । ସହର ହେଉ ବା ଗାଁ ଗହଳି ପିଲାମାନେ ମୋବାଇଲ ନିଶାରେ ଏତେ ମାତିଛନ୍ତି , ଯାହାଫଳରେ ସବୁକିଛି ଭୁଲି ଯାଉଛନ୍ତି । ଏଥିପାଇଁ ପ୍ରଥମତଃ ପ୍ୟାରେଣ୍ଟସ୍ ମାନେ ହିଁ ଦାୟୀ ହୋଇଥାନ୍ତି । କାରଣ ଛୋଟ ଛୋଟ କୁନି କୁନି ପିଲାମାନଙ୍କ କଥା ଯଦି ଦେଖିବା ସେମାନଙ୍କର ପାଠର ଚାପ ନଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ମା ବାପା ମାନେ ଫୋନ ଦେଇଥାନ୍ତି ।

ଶିଶୁଙ୍କ ଉପରେ ମୋବାଇଲ ଫୋନର ପ୍ରଭାବ :-

ପିଲିକୁ ବଡ କରିବା ପାଇଁ 3 ଟି ବିକାଶର ଅତ୍ୟନ୍ତ ଜରୁରୀ ହୋଇଥାଏ , ସେଗୁଡିକ ହେଉଛି ଶାରୀରିକ ବିକାଶ , ମାନସିକ ବିକାଶ , ବୌଦ୍ଧିକ ବିକାଶ । ଏହି 3 ଟି ବିକାଶ ଠିକ୍ ଭାବରେ ହେବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଆମ୍ଭେମାନେ ମାନସିକ ବିକାଶକୁ ଏକ ଛୋଟ ସ୍କିନ ରେ ସିମିତ ରଖିଦେଉଛୁ ଏବଂ ବୌଦ୍ଧିକ ବିକାଶ ର ସମ୍ପୂର୍ଣ୍ଣ ଭାବରେ ହୋଇପାରି ନଥାଏ । ତେଣୁ ଫୋନରେ ପିଲାମାନେ ନିଜକୁ ଏତେ ଏକ୍ଟିଭ ରହିଥାନ୍ତି ଯେ ବାହାର ଦୁନିଆ ବା ପାଖରେ ଅନ୍ୟ କାହାର କଥାବାର୍ତ୍ତା ମଧ୍ୟ ଶୁଣା ଯାଇ ନଥାଏ । ଆଜିର ଦିନରେ ଯେଉଁ ବିଭିନ୍ନ ପ୍ରକାର ର ଗେମ୍ ତାର ପ୍ରଭାବ ମଧ୍ୟ ପିଲାମାନଙ୍କ ମସ୍ତିଷ୍କରେ କୁପ୍ରଭାବ ପକାଉଛି ।

ମୋବାଇଲ ନିଶା ଯୋଗୁଁ ମେଦବହୁଳତା :-

ରୋଗ ର ସମସ୍ୟା ଏତେ ପରିମାଣରେ ବଢିଯାଉଛି , କାହିଁକିନା ଆମେ କାମ ନକରି ଅଧିକ ଖାଉଛେ ଏବଂ ନିଜର ଓଜନ ବଢେଇ ଚାଲୁଛେ । ଓଜନ ବଢାଇବା ଦ୍ୱାରା ଡାଇବେଟିସ୍ , ଲିଭର , କିଡିନୀ ଉପରେ ଏହାର ପ୍ରଭାବ ପକାଇଥାଏ । ତେଣୁ କହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ , ଯିଏ ଫିଟ୍ ରହିଥାଏ ତାର ସବୁ ଅଛି ଏଥିପ୍ରତି ପ୍ୟାରେଣ୍ଟସ୍ ମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ ।

ବାପା ମା ଙ୍କ କଣ ରହିଛି କର୍ତ୍ତବ୍ୟ :-

ସମୟ ନଥିଲେ ବି ବାପା ମା ଙ୍କୁ ନିଜ ସନ୍ତାନ ପ୍ରତି ଟାଇମ ଦେବା ଆବଶ୍ୟକ ଅଟେ । ବାପା ଯେତେବେଳେ ଆସୁଛନ୍ତି ଯେତେ ଥକିଥିଲେ ମଧ୍ୟ ପିଲା ସହିତ ଅଧଘଣ୍ଟେ ଖେଳିବାର ଅଛି ଏବଂ ଗପସପ ମଧ୍ୟ କରିବାର ଅଛି । ବାହାରେ କିଛି ସମୟ ବୁଲେଇବାର ଅଛି , ଯେତେବେଳେ ସମୟ ପାଉଛନ୍ତି ପାର୍କଆଡେ ଯାଆନ୍ତୁ ଅନ୍ୟ ପିଲା ମାନଙ୍କ ସହିତ ମିଶାନ୍ତୁ । ବାହାରେ କିମ୍ୱା ସାହି ପଡିଶାରେ ପିଲା ମାନଙ୍କ ସହ କିଛି ସମୟ ଖେଳିବା ପାଇଁ ଦିଅନ୍ତୁ । ପିଲା ମାନଙ୍କୁ ଆଗକୁ ବଢାଇବା ପାଇଁ ଯେଉଁ ସବୁ ଟିପ୍ସ ରହିିଛି ତାହାକୁ ମୋବାଇଲ ଫୋନରେ ଦେଖନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ

Related Articles

Leave a Reply

Your email address will not be published. Required fields are marked *

Back to top button