ମନୋରଞ୍ଜନ

‘ବିଗ୍‌ବସ୍-୧୭’ରେ ଘଟିବ ନୂଆ କଥା: ଗୃହକୁ ଫୋନ୍‌ ନେଇ ଯିବେ ପ୍ରତିଦ୍ବନ୍ଦ୍ବୀ ! – Utkal Mail


ନୂଆଦିଲ୍ଲୀ: ‘ବିଗ୍‌ବସ୍’ ଏହାର ବହୁ ପ୍ରତୀକ୍ଷିତ ୧୭ ତମ ସିଜନ୍ ପାଇଁ ପୂରା ପ୍ରସ୍ତୁତ। ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ‘ବିଗ୍‌ବସ୍-୧୭’କୁ ନେଇ ପୂର୍ବରୁ ଅନେକ ଗୁଜବ ସୃଷ୍ଟି ହୋଇଛି। ଆପଣ ଜାଣନ୍ତି ଯେ ଏହା ହିନ୍ଦୀ ଟେଲିଭିଜନରେ ଦୀର୍ଘତମ ରିଆଲିଟି ସୋ ମଧ୍ୟରୁ ଅନ୍ୟତମ। ତେବେ ଏହି ସୋ’କୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ଶୁଣିବାକୁ ମିଳୁଛି। ଶୁଣାଯାଉଛି ଯେ ଏହି ସୋ’ରେ ପ୍ରଥମ ଥର ପାଇଁ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଗୃହ ଭିତରକୁ ଫୋନ୍‌ ନେଇ ଯିବାକୁ ଅନୁମତି ଦିଆଯାଉଛି।

ବାହ୍ୟ ଜଗତ ସହିତ ସଂଯୁକ୍ତ ରହିବା ସହ ମନୋରଞ୍ଜନ ପାଇଁ ଏହି ଉତ୍ସକୁ ଗୁରତ୍ବ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗୀମାନେ ନିଜ ପ୍ରିୟଜନଙ୍କ ସହିତ ନିର୍ଦ୍ଦିଷ୍ଟ ବ୍ୟବଧାନରେ କଥା ହେବାର ସୁଯୋଗ ପାଇପାରନ୍ତି।

ଏହା ପୂର୍ବରୁ କେବେ ଏପରି କରାଯାଇନାହିଁ। ଏହା ‘ବିଗ୍‌ବସ୍’ ଗୃହରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ରଣନୀତି, ସମ୍ପର୍କ ଏବଂ ସାମଗ୍ରିକ ଅଭିଜ୍ଞତାକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଗତ ସିଜିନ୍‌ରେ ଆମେ ଦେଖିଥିଲେ ‌ଯେ କିପରି ‘ବିଗ୍‌ବସ୍’ ଦ୍ୱାରା ସୁବିଧାଜନକ ଏକ ଅଡିଓ କଲ୍ ମାଧ୍ୟମରେ ସୁମ୍ବୁଲଙ୍କ ବାପା ତାଙ୍କୁ ତାଙ୍କ ସହପ୍ରତିଯୋଗୀ ଶାଲିନ୍ ଓ ଟିନାଙ୍କଠାରୁ ଦୂରରେ ରହିବାକୁ କହିଥିଲେ, ଯାହାକି ବଡ଼ ନାଟକବାଜି ସୃଷ୍ଟି କରିଥିଲା ​।

ଆମେ ଜାଣନ୍ତି ଯେ ଦୀର୍ଘ ବର୍ଷ ଧରି ‘ବିଗ୍‌ ବସ୍‌’କୁ ହୋଷ୍ଟିଂ କରୁଥିବା ସଲ୍‌ମାନ ଖାନ୍‌ ଏହି ସୋ’ ପାଇଁ ମୋଟା ଅଙ୍କର ରକମ ନେଇଥାନ୍ତି। ଏଥର ଦବଙ୍ଗ ବୟ ଏହି ସୋ’ ପାଇଁ ନିର୍ମାତାଙ୍କ ନିକଟରୁ ପ୍ରାୟ ୨୦୦ କୋଟି ଟଙ୍କା ଦାବି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

‘ବିଗ୍‌ ବସ୍‌-୧୭’ ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ। ସୋ’କୁ ଏଥର ବି ସଲ୍‌ମାନ ହିଁ ହୋଷ୍ଟ୍‌ କରିବେ। ଏଥର ସୋ’ର ପ୍ରିମିୟର୍‌ ସହ ସଲ୍‌ମାନଙ୍କ ଫିସ୍‌କୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅଭିନେତା ଏଯାଏ ତାଙ୍କ ଫିସ୍‌କୁ ନେଇ ନିଶ୍ଚିତ କରିନାହାନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button