ଦେଶ ବିଦେଶ

ସରକାର ବଦଳିଲେ ବୁଲଡୋଜରର ଦିଗ ବଦଳିବ : ଅଖିଳେଶ – Utkal Mail


ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ବଦଳିବା ମାତ୍ରେ ବୁଲଡୋଜରର ଦିଗ ବଦଳିଯିବ। ଲୋକ ଜାଗରଣ ଅଭିଯାନ ଅଧୀନରେ ଶୁକ୍ରବାର ଫତେପୁରରେ ଦଳର ଏକ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବା ଅବସରରେ ସପା ମୁଖ୍ୟ ଅଖିଳେଶ ଯାଦବ ଏହା କହିଛନ୍ତି।

ସେ କହିଥିଲେ ଯେ ବୁଲଡୋଜର ଚଳାଉଥିବା ବିଜେପି ସରକାର ହେଉଛି ସବୁଠାରୁ ବଡ ଜମି ମାଫିଆ । ଅଯୋଧ୍ୟାରେ ବିଜେପି ନେତାମାନେ ସବୁଠାରୁ ଅଧିକ ଜମି ଦଖଲ କରିଛନ୍ତି। ସେମାନେ ପଛୁଆ, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି। କିନ୍ତୁ ମନେ ରଖନ୍ତୁ, ବୁଲଡୋଜରର ନିଜର ମୁଣ୍ଡ ନାହିଁ। ସରକାର ବଦଳିଲେ ବୁଲଡୋଜରର ଦିଗ ବଦଳିଯିବ।

ସେ କହିଛନ୍ତି ଯେ ବିଜେପି ସରକାର ଉତ୍ତରପ୍ରଦେଶକୁ ନଷ୍ଟ କରିଛନ୍ତି। ବିଜୁଳି, ସ୍ୱାସ୍ଥ୍ୟ, ପୁଲିସରେ ବ୍ୟାପକ ଦୁର୍ନୀତି ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଛାଡ଼ ଆନ୍ଦୋଳନକୁ ବିଜେପି ଆଦର୍ଶ ଓ ସେମାନଙ୍କ ମୂଳ ସଂଗଠନର ଲୋକମାନେ ବିରୋଧ କରିଥିଲେ। ଏହାକୁ ଲୁଚାଇବା ପାଇଁ ସେମାନେ ଏବେ ଘର ଘର ବୁଲି ପତାକା ଲଗାଇବା କାମ କରୁଛନ୍ତି। ଇଂରେଜମାନଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ଜାତିର ପିତା ମହାତ୍ମା ଗାନ୍ଧୀ, ବିପ୍ଳବୀ ଓ ସମାଜବାଦୀଙ୍କୁ ବିଜେପି ଲୋକସମର୍ଥନ କରିନଥିଲେ।

 

 




Related Articles

Leave a Reply

Your email address will not be published. Required fields are marked *

Back to top button