ସ୍ୱାସ୍ଥ୍ୟ

ମଧୁମେହକୁ ନିୟନ୍ତ୍ରଣ କରିବ ଏହି ପତ୍ର

ଆଜି କାଲି ସମସ୍ତେ ମଧୁ ମେହକୁ ନେଇ ବହୁ ଚିନ୍ତାରେ ଅଛନ୍ତି ,କିନ୍ତୁ ଏହାକୁ ପ୍ରାକୃତିକ ଚିକିତ୍ସାରେ କିପରି କମାଯାଇପାରିବ ତାହା ବହୁ କମ ଲାକ ଜାଣନ୍ତି |
ଏମିତି ଗୋଟିଏ ପତ୍ର ଅଛି, ଯାହାକୁ ଖାଇବା ଦ୍ୱାରା କମିଯାଏ ମଧୁମେହ? ହଁ ଆଜ୍ଞା ଆସନ୍ତୁ ଜାଣିବା ଏହି ଚମତ୍କାରୀ ପତ୍ର ବିଷୟରେ..

ଆଜି କାଲି ମଧୁମେହ ଏକ ଜଟିଳ ରୋଗ ସାଜିଛି | ଯଦି ଆପଣ ଏହି ରୋଗରେ ପୀଡିତ ଅଛନ୍ତି ତେବେ ଆପଣଙ୍କୁ ଏହି ରୋଗ ସହିତ ପୂରା ଜୀବନ ବିତାଇବାକୁ ପଡିବ। ଏହି ରୋଗରେ ପୀଡିତ ଲୋକଙ୍କୁ ଔଷଧ ସହିତ ସେମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ।
ମଧୁମେହକୁ ସଠିକ୍ ଭାବରେ ନିୟନ୍ତ୍ରଣ ନ କରିବା ଦ୍ୱାରା ତେବେ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ | ଏହି କ୍ଷେତ୍ରରେ, ଏହି ରୋଗ କିଡନୀ, ଆଖି, ସ୍ନାୟୁ, ହୃଦଘାତର କାରଣ ହୋଇପାରେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହି ବିଷୟରେ ଯତ୍ନବାନ ହେବା ଜରୁରୀ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଏମିତି ଗୋଟିଏ ପତ୍ର ଅଛି, ଯାହାକୁ ଚୋବାଇବା ଦ୍ୱାରା କମିଯାଏ ମଧୁମେହ | ଏହି ହର୍ବାଲ ଗଛ ହେଉଛି ଇନସୁଲିନ୍ ପ୍ଲାଣ୍ଟ କିମ୍ବା କଷ୍ଟସ୍ ଇଗ୍ନିସ୍ plantଏହି ଗଛ ଆପଣଙ୍କ ମଧୁମେହ କମାଇପାରେ। ଏହି ଗଛଟି ମୁଖ୍ୟତଃ ଏସୀୟ ମହାଦେଶରେ ଦେଖାଯାଏ।ଏହି ଗଛ ଆପଣଙ୍କ ମଧୁମେହ କୁ ଖୁବ ଶୀଘ୍ରକମାଇପାରେ। ପ୍ରି- ଡାଇବେଟିସ କିମ୍ବା ଟାଇପ-୨ ମଧୁ ମେହ ପାଇଁ ଏହା ଏକ ସପ୍ଲିମେଣ୍ଟ ଭାବରେ ସାହାଯ୍ୟ କରେ |ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହି ଗଛ ରକ୍ତରେ ଶର୍କରା ସ୍ତର ହ୍ରାସ କରିପାରେ…
ଏହି ଔଷଧ ମଧୁମେହକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇଥାଏ। ଏହି ଔଷଧ କୋଲେଷ୍ଟ୍ରଲ ସ୍ତର କମାଇବା, କିଡନୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଆପଣ ଘରେ ଇନସୁଲିନ୍ ପ୍ଲାଣ୍ଟ ଲଗାଇ ପାରିବେ। ଅଳ୍ପ ଯତ୍ନର ସହିତ ଏହି ଗଛର ପ୍ରସାର ଓ ବ୍ୟବହାର ସମ୍ଭବ ହୋଇଥାଏ। ଏହି ପ୍ଲାଣ୍ଟ କର୍କଟ ଚିକିତ୍ସା ପାଇଁ ମଧ୍ୟ ଉପଯୋଗୀ। ରକ୍ତଚାପ ଓ ଚର୍ମ ଜନିତ ସମସ୍ୟା ଥିଲେ ଏହି ଗଛ ଲାଭଦାୟକ ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button