ଦେଶ ବିଦେଶ

୧୩ ମିନିଟରେ ହୃତ୍‌ପିଣ୍ଡ ଗଲା ୧୪ କିଲୋମିଟର: ୭ ବର୍ଷର ଝିଅ ଦେହରେ ପ୍ରତିରୋପଣ – Utkal Mail


ବେଙ୍ଗାଲୁରୁ: ହୃତ୍‌ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ଥିବା ଜଣେ ୭ ବର୍ଷୀୟା ବାଳିକାର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦାତାଙ୍କ ହୃତ୍‌ପିଣ୍ଡକୁ ଶେଷାଦ୍ରିପୁରମରୁ ୧୪ କିମି ଦୂର ଆର୍‌ଆର୍ ନଗରର ସ୍ପର୍ଶ ହସ୍ପିଟାଲରେ ମାତ୍ର ୧୩ ମିନିଟ୍ ୧୭ ସେକେଣ୍ଡରେ ପହଞ୍ଚା ଯାଇଛି। ଟ୍ରାଫିକ୍ ପୁଲିସ ସହାୟତାରେ ଏଥିପାଇଁ ଗ୍ରିନ୍ କରିଡର୍‌ ତିଆରି କରାଯାଇଥିଲା। ଖବର ପ୍ରେସ୍‌କୁ ଆସିବା ବେଳକୁ ପ୍ରତିରୋପଣ ପ୍ରକ୍ରିୟା ଚାଲିଥିଲା।

ରୋଗୀଟି ଡାଇଲେଟେଡ୍ କାର୍ଡିଓମାୟୋପାଥି ନାମକ ହୃଦୟ ମାଂସପେଶୀ ରୋଗରେ ପୀଡ଼ିତ ଥିଲା। ୨୦୧୯ରେ ସେ ବଡ଼ଭଉଣୀଙ୍କୁ ସମାନ ଅବସ୍ଥାରେ ହରାଇଥିଲା। ମାସମାସର ସର୍ବୋତ୍ତମ ଚିକିତ୍ସା ଏବଂ ମୂଲ୍ୟାୟନ ପରେ ନଭେମ୍ବର ୨୦୨୨ରେ ତାଙ୍କୁ ହୃଦୟ ପ୍ରତିରୋପଣ ପାଇଁ ଆନୁଷ୍ଠାନିକ ଭାବେ ତାଲିକାଭୁକ୍ତ କରାଯାଇଥିଲା। ଶେଷରେ ଜଣେ ଉପଯୁକ୍ତ ଦାତା, ଜଣେ ୧୪ ବର୍ଷୀୟ ବାଳକକୁ ଠାବ କରାଗଲା ଏବଂ ତାଙ୍କ ହୃଦୟ ତଡିତ୍ ବେଗରେ ଡାକ୍ତରଖାନାରେ ପହଞ୍ଚିବାରୁ ହୃଦୟ ପ୍ରତିରୋପଣ କାର୍ଯ୍ୟ ଆରମ୍ଭ ହୋଇପାରିଛି। ପ୍ରତିରୋପଣର ସଫଳତା ନେଇ ସମସ୍ତେ ଆଶାବାଦୀ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button