ଦେଶ ବିଦେଶ

‘ବାପା, ମୁଁ ବଞ୍ଚିଛି’: ଅନ୍ତ୍ୟେଷ୍ଟି ପରେ ବାପାଙ୍କ ପାଖକୁ ଭିଡ଼ିଓ କଲ୍ କଲେ ଝିଅ – Utkal Mail


ପାଟନା: ପାଟନାର ଜଣେ ମହିଳା, ଯାହାଙ୍କର ଶବଦାହ ସରିଛି ବୋଲି ବିଶ୍ବାସ କରାଯାଉଥିଲା, ସେ ଏବେ ଜୀବିତ। ମହିଳା ଜଣକ ‘ମୁଁ ବଞ୍ଚିଛି’ ବୋଲି ବାପାଙ୍କ ପାଖକୁ ଭିଡ଼ିଓ କଲ୍ କରିବା ପରେ ପରିବାର ତଥା ସ୍ଥାନୀୟ ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅଂଶୁ କୁମାର ନାମ୍ନୀ ମହିଳା ଜଣକ ପ୍ରାୟ ମାସେ ହେଲା ନିଖୋଜ ଥିଲେ। ପରିବାର ଲୋକ ଓ ପୁଲିସ ବ୍ୟାପକ ଖୋଜାଖୋଜି କରି ପାଇଲେ ନାହିଁ। ଇତିମଧ୍ୟରେ ପୁଲିସ ଏକ ‌ନାଳରୁ ଜଣେ ମହିଳାଙ୍କ ଶବ ପାଇଲା, ଯାହାର ମୁହଁ ଚିହ୍ନିବା ଅବସ୍ଥାରେ ନ ଥିଲା। ପରିବାର ଲୋକ ତା’ର ପୋଷାକକୁ ଦେଖି ଅଂଶୁ ବୋଲି ଚିହ୍ନଟ କରିଥିଲେ। ତା’ପରେ ପରିବାର ଲୋକ ଶବକୁ ଦାହ କରିବା ସହ ଶୁଦ୍ଧିକ୍ରିୟା ସମାପନ କରିଥିଲେ। କିନ୍ତୁ ଅଂଶୁ ପ୍ରେମିକ ସହ ଘରୁ ଲୁଚି ପଳାଇ ତାଙ୍କୁ ବିବାହ କରିଥିଲେ। ସେହି ଏକା ଜିଲ୍ଲାରେ ସେ ‌ଏବେ ତାଙ୍କ ସ୍ବାମୀଙ୍କ ପରିବାର ସହ ରହୁଛନ୍ତି। ଅଂଶୁ ବଞ୍ଚିଥିବା ଜଣାପଡ଼ିବା ପରେ ପୁଲିସ ସାନି ତଦନ୍ତ ଆରମ୍ଭ କରିଛି। ଅଂଶୁ ବୋଲି ଭାବି ଯେଉଁ ଶବ ପୋଡ଼ାଯାଇଥିଲା ପୁଲିସ ତା’ର ବାସ୍ତବ ପରିଚୟ ପାଇବାରେ ସଫଳ ହୋଇଛି। ଶବର ପରିଚୟ ମିଳିବା ପରେ ତା’ର ବାପାମାଆ ଫେରାର ଥିବାରୁ ଏହାକୁ ଏକ ଅନର କିଲିଂ ପୁଲିସ ବୋଲି ଭାବୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button