କ୍ରାଇମ

ବାଲେଶ୍ୱର ବସଷ୍ଟାଣ୍ଡରୁ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ – Utkal Mail


ବାଲେଶ୍ୱର: ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ବାଲେଶ୍ଵର ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡ ଠାରେ ଗଞ୍ଜେଇ ଭର୍ତ୍ତି ୬ଟି ଏୟାରବ୍ୟାଗକୁ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ଅଞ୍ଚଳର ତାଳୁ ବିଶ୍ୱାସ(୪୫), ସ୍ଵାଧୀନ ମଣ୍ଡଳ(୪୫) ଓ ସାଗର ଘୋଷ(୫୫)। ଗିରଫ ଅଭିଯୁକ୍ତମାନେ ଯାଜପୁର ଛତିଆରୁ ବସଯୋଗେ ପଶ୍ଚିମବଙ୍ଗ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ଯାତ୍ରୀମାନେ ସନ୍ଦେହ କରି ପୁଲିସକୁ ଖବର କରିଥିଲେ।

ଖବର ପାଇ ସହଦେବଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚିବା ଦେଖି ଅଭିଯୁକ୍ତମାନେ ସେଠାରୁ ଖସି ପଳାଇ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କ ଠାରୁ ୬ଟି ଏୟାରବ୍ୟାଗରେ ଭର୍ତ୍ତି ଗଞ୍ଜେଇ ଜବତ କରିଛି, ଯାହାର ଓଜନ ପ୍ରାୟ ୩୦ କେଜି ହେବ ବୋଲି ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button